ଧନଖଡ଼ଙ୍କୁ ସମର୍ଥନ ଦେବ ବିଜେଡି, ପ୍ରତିଶ୍ରୁତି ଦେଲେ ନବୀନ

0 54

ଭୁବନେଶ୍ୱର, ୧୭ା୭(ଡିକେ ନ୍ୟୁଜ): ଉପରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫୋନଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦୀ ଉପରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ । ସମର୍ଥନ ଦେବା ନେଇ ପ୍ରତିଶୃତି ଦେଇଛନ୍ତି ନବୀନ ପଟ୍ଟନାୟକ । ପ୍ରାର୍ଥୀପତ୍ର ଦାଖଲ ବେଳେ ବିଜେଡି ସାଂସଦ ଉପସ୍ଥିତ ରହିବେ ବୋଲି କହିଛନ୍ତି ନବୀନ । ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିବେ ଧନଖଡ । ରାଷ୍ଟ୍ରପତି ନିର୍ବାଚନ ପରେ ଏବେ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏନ୍‌ଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବ । ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ବିଜେଡି ସମର୍ଥନ କରିବା ନେଇ ସୂଚନା ଦେଇଛି । ଆସନ୍ତା ଅଗଷ୍ଟ ୬ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ବିରୋଧୀଙ୍କ ପକ୍ଷରୁ କଂଗ୍ରେସର ବରିଷ୍ଠ ନେତା ମାର୍ଗରେଟ ଆଲଭା ପ୍ରାର୍ଥୀ ହୋଇଛନ୍ତି । ତେବେ ପୂର୍ବରୁ ମାଟିର ଝିଅ ତଥା ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭୋଟ ଦେବ ବୋଲି ଘୋଷଣା କରିଥିଲା । ଓଡିଶାର ସମ୍ମାନ ପାଇଁ ଦ୍ରୌପଦୀଙ୍କ ସମର୍ଥନରେ ବିଜେଡି ବିରୋଧୀଙ୍କୁ ଭେଟି ଭୋଟ ଭିକ୍ଷା ମଧ୍ୟ କରିଥିଲା । ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ବିଜେଡିର ସମସ୍ତ ବିଧାୟକ, ରାଜ୍ୟସଭା ଏବଂ ଲୋକସଭା ସାଂସଦ ଭୋଟ ଦେବେ ।

Leave A Reply

Your email address will not be published.