ରପ୍ତାନି ଶୁଳ୍କ ଛାଡ କରିବ ଇଣ୍ଡୋନେସିଆ ଶସ୍ତା ହେବ ଖାଇବା ତେଲ

0 67

ନୂଆଦିଲ୍ଲୀ ୧୭ ।୭: ଭାରତରେ ଶସ୍ତା ହେବ ଖାଦ୍ୟ ତୈଳ । କେନ୍ଦ୍ର ଅର୍ଥମନ୍ତ୍ରାଳୟ ଅଧିକାରୀଙ୍କ ସୂତ୍ରରୁ ଆସୁଥିବା ଖବରରୁ ଏହା ଜଣାପଡିଛି । ଇଣ୍ଡୋନେସିଆ ରପ୍ତାନୀ ବୃଦ୍ଧି ଓ ହାଇ ଇନଭେଣ୍ଟ୍ରି ହ୍ରାସ କରିବା ପାଇଁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ରପ୍ତାନୀ ଶୁଳ୍କ ଛାଡ କରିବ । ଇଣ୍ଡୋନେସିଆ ବିଶ୍ୱର ବୃହତ୍ତ ପାମ ତୈଳ ରପ୍ତାନୀକାରୀ ଦେଶ । ତେବେ ରପ୍ତାନୀ ଶୁଳ୍କ ସମାପ୍ତ ଲାଗି ନିଷ୍ପତ୍ତି ପାମୋଲିନ ତୈଳ ମୂଲ୍ୟରେ ହ୍ରାସ କରିପାରେ । ଉଲ୍ଲେଖଯୋଗ୍ୟ ଯେ ପାମୋଲିନ ଗତ ଏପ୍ରିଲରୁ ଶେଷ ସପ୍ତାହରୁ ବର୍ଷକ ପୂର୍ବ ମୂଲ୍ୟରେ ପ୍ରାୟ ୫୦ ପ୍ରତିଶତ ହ୍ରାସ ହୋଇଛି । ଏପଟେ ଦେଶରେ ମଧ୍ୟ ଖାଦ୍ୟ ତୈଳ ମୂଲ୍ୟ ହ୍ରାସ ହୋଇଛି । ଗତ ସପ୍ତାହରେ ଖାଦ୍ୟ ତୈଳ ବଜାରରେ ସୋରିସ, ସୋୟାବିନ ଓ ପାମୋଲିନ ତୈଳ ମୂଲ୍ୟରେ ହ୍ରାସ ଦେଖାଯାଇଛି । ସେପଟେ ବାଦାମ ଓ ଅଶୋଧିତ ପାମୋଲିନ ମୂଲ୍ୟ ମଧ୍ୟ ସୁଧାର ଦେଖା ଦେଇଛି ତେବେ ବାକି ତୈଳ ମୂଲ୍ୟ ଅପରିବର୍ତ୍ତିତ ରହିଛି । କୁହାଯାଉଛି ବିଦେଶରେ ଖାଦ୍ୟ ତୈଳ ମୂଲ୍ୟ ହ୍ରାସ ହୋଇଛି । ଏଣୁ ଆମଦାନୀକାରୀଙ୍କୁ ଏବେ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି । ସେମାନେ ଯେଉଁ ଦରରେ କଣ୍ଟ୍ରାକ୍ଟ କରିଥିଲେ ଦେଶରେ ତା ଠାରୁ ମୂଲ୍ୟ ହ୍ରାସ ହୋଇଛି । ଏଣୁ ଦେଶୀୟ ବଜାର ଦରରେ
କାରବାର କରିବା ଏବେ ସେମାନଙ୍କ ଲାଗି କ୍ଷତିର କାରଣ ପାଲଟିଛି । ସୂତ୍ର ଅନୁସାରେ ସୋୟାବିନରେ ହ୍ରାସ ଯୋଗୁ ପାମୋଲିନ ତେଲର ମୂଲ୍ୟ ମଧ୍ୟ କମିଛି । ସେହିପରି ଅଶୋଧିତ ପାମୋଲିନ ତୈଳ (ସିପିଓ) କେବଳ ଦରରେ ରହିଛି ଏହାର ଏବେ କାରବାର ନାହିଁ । କାରଣ ଆମଦାନୀକାରୀଙ୍କ କ୍ରୟ ମୂଲ୍ୟ ତୁଳନାରେ ଏହାର ଦର ଦେଶରେ ଢେର କମ ରହିଛି । ସେହିପରି ଦେଶରେ ସୋରିସ ଦାମ ହ୍ରାସ ତୈଳ ମୂଲ୍ୟ ହ୍ରାସର ମଧ୍ୟ କାରଣ ପାଲଟିଛି । ଗୋଟା ସୋରିସ ମୂଲ୍ୟରେ ପ୍ରତି କ୍ୱିଣ୍ଟଲ ୧୨୫ ଟଙ୍କା ହ୍ରାସ ହୋଇ କ୍ୱିଣ୍ଟଲ ପିଛା ୭୧୭୦-୭୨୨୦ ଟଙ୍କା ଦରରେ କାରବାର ହେଉଛି । ଏଣୁ ସୋରିସ ତେଲ ମୂଲ୍ୟରେ ହ୍ରାସ ଦେଖା ଯାଇଛି ।

Leave A Reply

Your email address will not be published.