ବୋଲବମ୍ ପାଇଁ କମିସନରେଟ ପୋଲିସର ସ୍ୱତନ୍ତ୍ର ପ୍ରସ୍ତୁତି

0 46

ଭୁବନେଶ୍ୱର,୧୭ା୭(ଡିକେ ନ୍ୟୁଜ): ଦିନକ ପରେ ଶ୍ରାବଣ ମାସ ପ୍ରଥମ ସୋମବାର । ବୋଲବ୍ ହରହର ବମ୍‌ ହର ହର ମହାଦେବର ଧ୍ୱନିରେ କମ୍ପବା ଆରମ୍ଭ ହେଲାଣି ଏକାମ୍ର କ୍ଷେତ୍ର । ଦୁଇବର୍ଷ କରୋନା କଟକଣା ଯୋଗୁଁ ନିରାଶ ହୋଇଥିବା ମାନସିକଧାରୀମାନେ ଦୂରଦୂରାନ୍ତରୁ ଆସି ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ରରେ ଜଳଲାଗି କରିବେ । ଲିଙ୍ଗରାଜ ମନ୍ଦିରରେ ପାଣି ଢାଳିବା ପାଇଁ ୪ ସପ୍ତାହ ଯାଏଁ ଭିଡ଼ ରହିବ । ବୋଲବମ ପାଇଁ ଲିଙ୍ଗରାଜ ମନ୍ଦିରରେ ହେବାକୁ ଥିବା ଭିଡକୁ ଲକ୍ଷ କରି କମିସନରେଟ ପୋଲିସର ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯଇଛି । ସହର ସାରା ରୁଟ ଲାଇନିଂ ବ୍ୟବସ୍ଥା ସହ ଟ୍ରାଫିକ ମେନେଜମେଣ୍ଟ କରାଯିବ । ମନ୍ଦିର ଭିତରେ ଓ ବାହାରେ ଓଡ୍ରଫ ସହ ଫାୟାର ଓ ମୋବାଇଲ ମେଡ଼ିକାଲ ୟୁନିଟ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି । ଭଚକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଣେ ଅତିରିକ୍ତ ଡିଏସିଙ୍କ ନେତୃତ୍ୱରେ ୫ଏସିପି , ୮ ଆଇଆଇସି, ୩୩ ଏସଆଇଙ୍କ ସହ ୬ ପ୍ଲାଟୁନ ପୁଲିସ ଫୋର୍ସ , ୫୦ ହୋମ ଗାର୍ଡଙ୍କୁ ନିୟୋଜିତ କରାଯିବ । ମହିଳା ଭକ୍ତଙ୍କ ପାଇଁ ମହିଳା ପୋଲିସ ଫୋର୍ସ ଓ ମହିଳା ପୋଲିସ ଅଫିସର ମଧ୍ୟ ନିଯକ୍ତି କରାଯିବ । ଏ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.