ମାଟିର ଝିଅକୁ ଭୋଟ ଦେବା ସୌଭାଗ୍ୟର କଥା: ନବୀନ

0 56

ଭୁବନେଶ୍ୱର, ୧୮ା୭ (ଡିକେ ନ୍ୟୁଜ୍‌): ମାଟିର ଝିଅକୁ ଭୋଟ ଦେବା ସୌଭାଗ୍ୟର କଥା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଓଡ଼ିଶା ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ଷଷ୍ଠ ଥର ଲାଗି ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେଇଛନ୍ତି । ଭୋଟ ଦେବା ପରେ ମୁଖ୍ୟମନ୍ତ୍ରୀ ଅନ୍ୟମାନଙ୍କୁ ଦ୍ରୌପଦୀଙ୍କୁ ଭୋଟ ଦେବା ପାଇଁ ଉତ୍ସାହିତ କରିଥିଲେ । ଏପରିକି ବିଜେଡି ଦ୍ରୌପଦୀଙ୍କୁ ସମର୍ଥନ କରିବ ଏବଂ ଅନ୍ୟ ଦଳମାନଙ୍କୁ ମଧ୍ୟ ଭୋଟ ଦେବା ପାଇଁ କହିଥିଲେ । ସୂଚନାଯୋଗ୍ୟ ଯେ, ୧୯୯୭ ଜୁନ୍ ୧ରେ ନବୀନ ପ୍ରଥମେ ସାଂସଦ ହୋଇଥିଲେ । ଜୁଲାଇ ୧୯୯୭ରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା । ସେତେବେଳେ କେ.ଆର. ନାରାୟଣନଙ୍କୁ ନବୀନ ଭୋଟ ଦେଇଥିଲେ । ମାଟିର ଝିଅକୁ ସମର୍ଥନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଦଳର ସମର୍ଥନ ଯୋଗାଡ଼ କରିବା ପାଇଁ ଅଣ୍ଟା ଭିଡିଥିଲେ ।

Leave A Reply

Your email address will not be published.