ଦଳୀୟ ନିର୍ଦ୍ଦେଶକୁ ମାନିଲେନି ମୋକିମ୍‌

0 67

ଭୁବନେଶ୍ୱର, ୧୮ା୭(ଡିକେ ନ୍ୟୁଜ): ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ଦଳର ନିଷ୍ପତ୍ତି ବିରୋଧରେ ଯାଇ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି । ଯାହାକୁ ନେଇ କଂଗ୍ରେସରେ ଏକ ଝଡ଼ ସୃଷ୍ଟି ହୋଇଛି । ମୋକିମ କହିଛନ୍ତି, \”ମୁଁ ବିବେକ ଅନୁଯାୟୀ ଭୋଟ ଦେଇଛି । ଦଳୀୟ ହ୍ୱିପ୍ ଜାରି ହୋଇନଥିବାରୁ ବ୍ୟକ୍ତିଗତ ଭାବେ ବିଚାର କରି ଭୋଟ ଦେଇଛି । ଯେହେତୁ ଜଣେ ଓଡ଼ିଆ ମାଟିର ଝିଅ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତେଣୁ ମୁଁ ବିବେକ ଅନୁସାରେ ନିଷ୍ପତ୍ତି ନେଲି । ଓଡ଼ିଶାର ସମ୍ମାନ ବଢ଼ାଇବାକୁ ମୁଁ ଏଭଳି ନିଷ୍ପତ୍ତି ନେଇଛି । ଦଳର ନିଷ୍ପତ୍ତି କିନ୍ତୁ ଅଲଗା ଥିଲା । ତେଣୁ ସୋକଜ୍ ନୋଟିସ୍ ହେଲେ, ଦଳ ସହ ଆଲୋଚନା କରିବି ।\’ ଅନ୍ୟପଟେ ମୋକିମଙ୍କ ଏଭଳି ନିଷ୍ପତ୍ତିକୁ ନେଇ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି । ଦଳ ବିରୋଧରେ ଯାଇ କାର୍ଯ୍ୟ କରିଥିବାରୁ କଂଗ୍ରେସ ନେତାମାନେ ଅସନ୍ତୋଷ ପ୍ରକାଶ କରିବା ସହ ଘଟଣାର ତର୍ଜମା ହେବ ବୋଲି କହିଛନ୍ତି ।

Leave A Reply

Your email address will not be published.