୩୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲା ଖାଇବା ତେଲ

0 74

ନୂଆଦିଲ୍ଲୀ : ଭାରତର ଅନ୍ୟତମ ପ୍ରମୁଖ ଖାଇବା ତେଲ ପ୍ରସ୍ତୁତକାରୀ ଫର୍ଚ୍ୟୁନ ବ୍ରାଣ୍ଡ ତାର ଦାମ ହ୍ରାସ କରିଛି । ବୈଶିକ ସ୍ତରରେ ଦାମ ହ୍ରାସ ପାଇବା ଯୋଗୁଁ ଖାଇବା ତେଲ ଦର ୩୦ ଟଙ୍କା ପର୍ଯ୍ୟନ୍ତ କମାଇଛି ଆଦାନୀ ୱିଲମାର । ସରକାରଙ୍କ ଆଦେଶ ପରେ ଆଦାନୀ ଗ୍ରୁପର କମ୍ପାନୀ ଆଦାନୀ ଓ୍ୱିଲମାର ଫର୍ଚ୍ୟୁନ ତେଲ ଦର ହ୍ରାସ କରିବାକୁ ଘୋଷଣା କରିଛି । ସୋୟାବିନ ତେଲରେ ସବୁଠାରୁ ଅଧିକ ଦାମ ହ୍ରାସ ପାଇଛି । ଏହା ପୂର୍ବରୁ ଧାରା ବ୍ରାଣ୍ଡର ଖାଇବା ତେଲ ବିକ୍ରି କରୁଥିବା କମ୍ପାନୀ ମଦର ଡାୟରୀ ମଧ୍ୟ ସୋୟାବିନ ଏବଂ ରାଇସ୍‌ ବ୍ରାନ୍‌ ଦାମରେ ଲିଟର ପିଛା ୧୪ ଟଙ୍କା କମାଇଥିଲା । ସୂଚନାଯୋଗ୍ୟ ନିକଟରେ ଏଡିବଲ୍ ଅଏଲ ଆସୋସିଏସନକୁ ତୁରନ୍ତ ଦାମ ଘଟାଇବାକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର । ଏହି ଆଦେଶରେ ଅଗ୍ରାଧିକାର ଭିତ୍ତିରେ ତୁରନ୍ତ ଖାଇବା ତେଲ ଦାମ ୧୫ ଟଙ୍କା ହ୍ରାସ କରିବାକୁ କୁହାଯାଇଥିଲା । ଖାଇବା ତେଲ ହ୍ରାସ ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, \”ଆଦାନୀ ୱିଲମାର ପକ୍ଷରୁ ଖାଦ୍ୟ ତେଲ ଦାମ ଘଟାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ମିଳିବ । ବୈଶିକ ସ୍ତରରେ ତୈଳ ଦର ହ୍ରାସ ପାଇବା ଯୋଗୁଁ ଏହାର ଫାଇଦା ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ବଡ କଥା ହେଉଛି ଗତ ମାସରେ ମଧ୍ୟ ତୈଳ ଦର କମାଯାଇଥିଲା\’ । ଫର୍ଚ୍ୟୁନ ସୋୟାବିନ ତେଲ ପୂର୍ବରୁ ଲିଟର ପ୍ରତି ୧୯୫ ଟଙ୍କାରେ ମିଳୁଥିବା ବେଳେ ଏବେ ସେଥିରେ ୩୦ ଟଙ୍କା ହ୍ରାସ ପାଇ ୧୬୫ ଟଙ୍କା ହୋଇଛି । ସେହିଭଳି ସୂର୍ଯ୍ୟମୁଖୀ ତେଲ ପୂର୍ବରୁ ୨୧୦ ଟଙ୍କା ପ୍ରତି ଲିଟର ଥିଲା । ଏବେ ତାହା ୧୯୯ ଟଙ୍କାରେ ମିଳିବ । ସୋରିଷ ତେଲ ଦାମ ୧୯୫ ଟଙ୍କାରୁ କମି ୧୯୦ ଟଙ୍କା ହୋଇଯାଇଛି । ଫର୍ଚ୍ୟୁନ ରାଇସ ବ୍ରାନ୍ ତେଲ ଦାମ ୨୨୫ ଟଙ୍କାରୁ ହ୍ରାସ ପାଇ ୨୧୦ ଟଙ୍କା ହୋଇଯାଇଛି ।

Leave A Reply

Your email address will not be published.