ସିଲେଇ ଶିଖିବାକୁ ଯାଇଥିଲେ : ଶବ ହୋଇ ଫେରିଲେ

0 81

ନବରଙ୍ଗପୁର,୧୮ା୭(ଡିକେ ନ୍ୟୁଜ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବୋବେଇ ପଞ୍ଚାୟତର ମାଉଲିଭଟ୍ଟା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସିଲେଇ ଶିଖିବାକୁ ଯାଇ ଶବ ହୋଇ ଫେରିଲା ନାବାଳିକା । ସୂଚନା ଅନୁଯାଇ ମାଉଲିଭଟ୍ଟା ଗ୍ରାମର ସାଧୁରାମ୍ ଗଣ୍ଡଙ୍କ ଗୋଟେ ମାତ୍ର ଝିଅ ସୁକବତି ଗଣ୍ଡ ସିଲେଇ ଶିଖିବାକୁ ଘରଠୁ ଲୁଚି ଜୟପୁରର ଏକ ଏଜେଣ୍ଟ ଦ୍ୱାରା ତାମିଲନାଡୁର ତ୍ରିପୁରାର ଏକ କମ୍ପାନୀକୁ ଯାଇଥିଲା । ଗୁରୁବାର ଦିନ ସନ୍ଧ୍ୟା ୭ ଟା ବେଳେ ବଡ ଭାଇ ଗଣେଶ ଗଣ୍ଡ ସହ କଥା ହୋଇ ଥିଲା ଶୁକବତି । କଥା ହୋଇ ଫୋନ ରଖିବା ପରେ ରାତି ୧୧ ଟାରେ ଏଜେଣ୍ଟ ଗଣେଶକୁ ଫୋନ୍ କରି କହିଲା ତମ ଭଉଣୀର ମୃତ୍ୟୁ ଘଟିଛି । ତମେମାନେ ଆସ ତ୍ରିପୁରାକୁ । ଏହି ଖବର ଶୁଣି ପରିବାରଙ୍କ ହୋସ ଉଡିଯାଇ ଥିଲା । ଭଲ ଥିବା ଝିଅ ୭ ଟା ବେଲେ କଥା ହେଲା ଘରେ ୧୧ ଟା ବେଳେ କେମିତି ମୃତ୍ୟୁ ଘଟିଲା ପରିବାର ଲୋକେ ବିଶ୍ୱାସ କରି ପାରୁନାହାନ୍ତି । ସୁକବତିର ମୃତ୍ୟୁର ତଦନ୍ତ କରି ଦୋଷି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ପାଖେ ଦାବି କରିଛନ୍ତି ପରିବାର ଲୋକେ । ସୁକବତି ରାଇଘର ଯୁକ୍ତ ଦୁଇ ବିଜ୍ଞାନ କଲେଜରେ ପାଠ ପଢୁଥିଲା । ତାଙ୍କ ଗ୍ରାମର କିଛି ଝିଅ ସାଙ୍ଗମାନଙ୍କ ସହ ଘରଠୁ ଲୁଚି ତିନି ମାସ ହେଲା ତ୍ରିପୁରାରେ ଯାଇ ରହୁଥିଲା କମ୍ପାନୀରେ ସିଲେଇ କାମ କରୁଥିଲା । ଗୋଟେ ମାତ୍ର ଝିଅକୁ ହରେଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଶବ ଘରକୁ ଫେରିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ରାଇଘର ପୋଲିସ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.