ଆଜିଠୁ ନାମଲେଖା ପ୍ରକ୍ରିୟା

0 70

ଭୁବନେଶ୍ୱର, ୧୯ା୭(ଡିକେ ନ୍ୟୁଜ): ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତଦୁଇ ପ୍ରଥମ ବର୍ଷ ପାଇଁ ନାମଲେଖା ପ୍ରକ୍ରିୟା । ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସାମ୍ସ ଓଡିଶା ପୋର୍ଟାଲରେ ଅନ୍‌ଲାଇନ ଜରିଆରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଏଥର ୨ହଜାର ୫୭ଟି କଲେଜରେ ରହିଛି ସାଢେ ୪ଲକ୍ଷ ସିଟ୍ । ଚଳିତବର୍ଷ ମାଟ୍ରିକ ପାସ୍‌ କରିଛନ୍ତି ୫ଲକ୍ଷ ୧୫ହଜାର ୪୫୨ ଜଣ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ ୮ହଜାର ୧୧୯ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ୯୫ ପ୍ରତିଶତ ରଖିଛନ୍ତି ୨ହଜାର ୫୦୦ଜଣ । ଯାହାକୁ ନେଇ କଟ ଅଫ୍ ମାର୍କ ଓ ପ୍ରମୁଖ ହାୟର ସେକେଣ୍ଡାରୀ ସ୍କୁଲରେ ସିଟ୍ ପାଇବା ନେଇ ଚିନ୍ତା ବଢିଛି ଛାତ୍ରଛାତ୍ରୀଙ୍କ । ଗତବର୍ଷ ବିଜ୍ଞାନରେ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ ସର୍ବାଧିକ ୯୦% କଟ ଅଫ ରହିଥିବାବେଳେ ଦ୍ୱିତୀୟରେ ୮୮.୩୩ ସହ ବିଜେବି ଓ ତୃତୀୟରେ ୮୫.୫୦ ପ୍ରତିଶତ ସହ ରହିଥିଲା ଫକୀର ମୋହନ କଲେଜ । ସେହିଭଳି ବାଣିଜ୍ୟରେ ୮୦% ସହ ରେଭେନ୍ସା ପ୍ରଥମ, ଦ୍ୱିତୀୟରେ ୭୫.୫୦ ପ୍ରତିଶତ ସହ ଶୈଳବାଳା ମହିଳା ହାୟର ସେକେଣ୍ଡାରୀ ସ୍କୁଲ ଓ ତୃତୀୟରେ ୭୩.୬୭ ପ୍ରତିଶତ ରହିଥିଲା ବିଜେବି ହାୟର ସେକେଣ୍ଡାରୀ ସ୍କୁଲ । କଳାରେ ୭୬.୫୦ ପ୍ରତିଶତ ସହ ଆଗରେ ରେଭେନ୍ସା, ଦ୍ୱିତୀୟରେ ୭୬.୪୦ ପ୍ରତିଶତ ସହ ବିଜେବି ଓ ୭୩.୧୭ ପ୍ରତିଶତ ସହ ଭଦ୍ରକ ଜୁନିଅର କଲେଜ ରହିଥିଲା ।

Leave A Reply

Your email address will not be published.