କେରଳରେ ମଙ୍କିପକ୍ସର ଆଉ ଏକ ମାମଲା

0 76

ତିରୁଅବନ୍ତିପୁରମ ୨୨ ।୦୭ : କେରଳରେ ମଙ୍କିପକ୍ସର ଆଉ ଏକ ମାମଲା ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଜର୍ଜ ଏ ସମ୍ପର୍କରେ ପୁଷ୍ଟି କରିଛନ୍ତି । ରାଜ୍ୟରେ ମଙ୍କିପକ୍ସର ଏହା ତୃୀତୟ ମାମଲା ବୋଲି ସେ କହିଛନ୍ତି । ଏହି ଆକ୍ରାନ୍ତ ଜୁଲାଇ ୬ ତାରିଖ ଦିନ ୟୁଏଇରୁ ଫେରିଥିଲେ । ତାଙ୍କଠାରେ ଜୁଲାଇ ୧୩ ବେଳକୁ ଲକ୍ଷଣ ଦେଖା ଯାଇଥିଲା । ଏବେ ରୋଗୀଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ସନ୍ଧାନ କରାଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟରେ ମଙ୍କିପକ୍ସର ୩ଟି ମାମଲା ପୁଷ୍ଟି ହୋଇଛି । ସବୁ ମାମଲାର ଟ୍ରାଭେଲ ହିଷ୍ଟ୍ରି ରହିଛି ଓ ସେମାନେ ବିଦେଶରୁ ଫେରିବା ପରେ ସେମାନଙ୍କ ଠାରେ ଲକ୍ଷଣ ପ୍ରକାଶ ପାଇଛି । ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ଠାରେ ମଙ୍କିଫକ୍ସ ଲକ୍ଷଣ ଦେଖା ଦେବା ପରେ ତାଙ୍କୁ କେରଳର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଦେହରେ ଉଚ୍ଚ ତାପମାତ୍ରାର ଜ୍ୱର ସହ ଦେହରେ ଫୋଟକା ଥିଲା । ତାଙ୍କ ନମୁନା ସଂଗ୍ରହ କରି ଏନଆଇଭି ପଠାଯାଇଥିବା ବେଳେ ମଙ୍କିପକ୍ସ ପୁଷ୍ଟି ହୋଇଥିଲା । ଯେଉଁବ୍ୟକ୍ତିଙ୍କଠାରେ ମଙ୍କିପକ୍ସ ଚିହ୍ନଟ ହୋଇଛି ସେ ୟୁଏଇରେ ଏହି ରୋଗରେ ଆକ୍ରାନ୍ତ ଜଣେ ରୋଗୀଙ୍କ ନିକଟରେ ଥିଲେ । ପ୍ରଥମ ମାମଲା ମିଳିବାର ୪ ଦିନ ପରେ ଅର୍ଥାତ ଜୁଲାଇ ୧୮ ତାରିଖ ଦିନ ରାଜ୍ୟରେ ଦ୍ୱିତୀୟ ମାମଲା ମିଳିଥିଲା । ଏହି ବ୍ୟକ୍ତି ମଧ୍ୟ ଦୁବାଇରୁ ଫେରିଥିଲେ । ତାଙ୍କଠାରେ ମଧ୍ୟ ସମାନ ଲକ୍ଷଣ ଥିଲା ଓ ଉଭୟ ବିଦେଶରୁ ଫେରିବା ପରେ
ଆକ୍ରାନ୍ତ ହୋଇଥିଲେ । ତେବେ ବିଶେଷଜ୍ଞଙ୍କ ଅନୁସାରେ ମଙ୍କିପକ୍ସକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ । ଏହା କରୋନା ଭଳି ସଂକ୍ରାମକ ନୁହେଁ କି ଏହା ଅଧିକ ଜଟିଳ ମଧ୍ୟ ନୁହେଁ । ଚଳିତବର୍ଷ ଆମେରିକା ଓ ଇୟୁରୋପରେ ମଙ୍କିପକ୍ସର ପାଖାପାଖି ୬ ହଜାର ମାମଲା ମିଳିଥିଲା । ତେବେ ଏଥିରେ କୌଣସି ରୋଗୀଙ୍କ ମୃତ୍ୟୁ ହୋଇ ନାହିଁ ବୋଲି ଇଣ୍ଡିଆ ମେଡିକାଲ ଟାସ୍କ ଫୋର୍ସଙ୍କ ଜନୈକ ବିଶେଷଜ୍ଞ ଡାକ୍ତର ରାଜୀବ ଜୟଦେବନ କହିଛନ୍ତି । ମଙ୍କିପକ୍ସ ସଂକ୍ରମିତ ପଶୁର ରକ୍ତ, ତା ଶରୀରର ଝାଳ ଅଥବା ତା ଘା ସହ ସିଧା ସମ୍ପର୍କରେ ଆସିଲେ ସଂକ୍ରମଣ ହୋଇଥାଏ । ତେବେ ମଣିଷଠୁ ମଣିଷକୁ ସଂକ୍ରମଣର ଏପର୍ଯ୍ୟନ୍ତ କମ ମାମଲା ମିଳିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.