“ହର ଘର ତ୍ରିରଙ୍ଗା’ ଅଭିଯାନକୁ ମଜବୁତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

0 81

ନୂଆଦିଲ୍ଲୀ ୨୨ ।୦୭ : ହର ଘର ତ୍ରିରଙ୍ଗା ଅଭିଯାନକୁ ମଜବୁତ କରିବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଗଷ୍ଟ ୧୩ରୁ ୧୫ ଯାଏଁ ସମସ୍ତେ ନିଜ ନିଜ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି । ମୋଦି ଟ୍ୱିଟ୍ କହି କହିଛନ୍ତି ଯେ, ଏହି ଅଭିଯାନ ତ୍ରିରଙ୍ଗା ସହ ଆମର ସମ୍ପର୍କକୁ ଆହୁରି ମଜବୁତ କରିବ । ୧୯୪୭ ଜୁଲାଇ ୨୨ରେ ତ୍ରିରଙ୍ଗାକୁ ରାଷ୍ଟ୍ରୀୟ ଧ୍ୱଜା ଘୋଷଣା କରାଯାଇଥିଲା । ଯେତେବେଳେ ଆମେ ଔପନିବେଶିକବାଦ ସହ ଲଢେଇ କରୁଥିଲେ ସେହି ସମୟରେ ଯେଉଁ ସ୍ୱତନ୍ତ୍ରତା ସେନାନୀମାନେ ଏକ ରାଷ୍ଟ୍ର, ଏକ ଧ୍ୱଜାର ସ୍ୱପ୍ନ ଦେଖିଥିଲେ ସେମାନଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଆମେ ଆମର ପ୍ରତିବଦ୍ଧତା ଜଣାଇବା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ଆଜାଦିର ଅମୃତ ମହୋତ୍ସବ ପାଳନ କରିବା ବେଳେ ହର ଘର ତ୍ରିରଙ୍ଗା ଅଭିଯାନକୁ ମଜବୁତ କରନ୍ତୁ । ଅଗଷ୍ଟ ୧୩ ରୁ ୧୫ ମଧ୍ୟରେ ସମସ୍ତେ ନିଜ ନିଜ ଘରେ ତ୍ରିରଙ୍ଗା ଉଡ଼ାନ୍ତୁ । ଏହି ପୋଷ୍ଟରେ ଜବାହାରଲାଲ ନେହେରୁ ତ୍ରିରଙ୍ଗା ଉଡ଼ାଇବା ବେଳେ ଏକ ଫଟୋକୁ ମୋଦି ସେୟାର କରିଛନ୍ତି । ପ୍ରକାଶ ଥାଉକି, ହର ଘର ତ୍ରିରଙ୍ଗା ଅବିଯାନକୁ ବ୍ୟାପକ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହ ଗତ ରବିବାର ସମସ୍ତ ରାଜ୍ୟପାଳ, ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସକମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ।

Leave A Reply

Your email address will not be published.