ସମାରୋହରେ ନବୀନ ସ୍ୱତନ୍ତ୍ର ଅତିଥି, ଦେଶ ପାଇଁ ଗୌରବର ଦିନ

0 69

ଭୁବନେଶ୍ୱର,୨୫ା୭(ଡିକେ ନ୍ୟୁଜ): ଭାରତର ଗଣତାନ୍ତ୍ରିକ ଇତିହାସରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ । ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଦେଶର ପଞ୍ଚଦଶ
ରାଷ୍ଟ୍ରପତି ଭାବେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଶପଥ ନେଇଛନ୍ତି । ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଓଡିଶା ଏବଂ ପୂରା ଦେଶ ପାଇଁ ଗର୍ବର ବିଷୟ । ମୋତେ ରାକ୍ଷୀ ବାନ୍ଧି ଥିବାରୁ ଭାଇ ବୋଲି ସମ୍ବୋଧନ କରନ୍ତି । ତାଙ୍କ ଶପଥ ସମାରୋହରେ ଭାଗ ନେଇ ମୁଁ ବହୁତ ଖୁସି ଅଛି । ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ପ୍ରଥମେ ବିଜେଡି ତାଙ୍କୁ ସହଯୋଗ କରିବ ଆସନ ଛାଡ଼ିଥିଲେ ରାମନାଥ କୋବିନ୍ଦ । ଚେୟାର ପରିବର୍ତ୍ତନ ସହ ଶପଥ ରେଜିଷ୍ଟରରେ ସ୍ୱାକ୍ଷର କରିଥିଲେ ନୂଆ ରାଷ୍ଟ୍ରପତି । ସଂସଦକୁ ସମ୍ବୋଧନ ପରେ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିଥିଲେ । ଏହା ପୂର୍ବରୁ ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା । ଆରମ୍ଭରୁ ପୂର୍ଣ୍ଣ ଶୋଭାଯାତ୍ରାରେ ରାଷ୍ଟ୍ରପତି ଭବନକୁ ଫେରିଥିଲେ ଦ୍ରୌପଦୀ । ରାଷ୍ଟ୍ରପତି ଭବନରେ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଆମ ଗଣତନ୍ତ୍ର ପାଇଁ ଏକ ମହତ୍ୱପୂର୍ଣ୍ଣ ଦିନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ କହିଛନ୍ତି ।

Leave A Reply

Your email address will not be published.