ସମ୍ବୋଧନରେ ସନ୍ଥ କବି ଭୀମଭୋଇଙ୍କ ପଂକ୍ତି, ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ’…

0 69

ନୂଆଦିଲ୍ଲୀ, ୨୫ା୭: ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଜଣେ ସାଧାରଣ ଆଦିବାସୀ ମହିଳାରୁ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ସମସ୍ତ ଯାତ୍ରାର କଥାକୁ କହିଥିଲେ ନୂଆ ରାଷ୍ଟ୍ରପତି । ସ୍ୱାଧୀନତାର
୫୦ବର୍ଷରେ ରାଜନୀତିରେ ସେ ପାଦ ଦେଇଥିଲେ । ସ୍ୱାଧୀନତାର ୭୫ତମ ବର୍ଷରେ ସେ ରାଷ୍ଟ୍ରପତି ହୋଇଛନ୍ତି । ଆମ ଦେଶ ଗଣତନ୍ତ୍ରର ମହାନତା ଯୋଗୁ ୱାର୍ଡ କାଉନସିଲରରୁ ରାଷ୍ଟ୍ରପତି ହେବାର ସୁଯୋଗ ତାଙ୍କୁ ମିଳିଛି । ଗଣତନ୍ତ୍ରର ଶକ୍ତି ଯୋଗୁ ଆଦିବାସୀ ଅଞ୍ଚଳରେ ଜନ୍ମିତ ଗରିବ ଘରର ଝିଅ ଆଜି ସମ୍ବିଧାନର ସର୍ବୋଚ୍ଚ ପଦରେ ପହଞ୍ôଚପାରିଛି । ରାଷ୍ଟ୍ରପତି ପଦ ପାଇଁ ନିର୍ବାଚିତ ହେବା ବ୍ୟକ୍ତିଗତ ନୁହେଁ, ବରଂ ପ୍ରତି ଗରିବଙ୍କ ଉପଲବ୍ଧି ବୋଲି ସେ କହିଥିଲେ । ନିର୍ବାଚନ ଜିତିବାରେ ଗରିବଙ୍କ ଆଶୀର୍ବାଦ ରହିଛି । ଏଥିସହିତ ଅଗଣିତ ମହିଳାଙ୍କ ସ୍ୱପ୍ନ ଓ ସାମର୍ଥ୍ୟର ଝଲକ ରହିଛି ବୋଲି କହିଥିଲେ । ତାଙ୍କ ସମ୍ବୋଧନରେ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଭୂମିକା ସମ୍ପର୍କରେ ମଧ୍ୟ କହିଥିଲେ । ସମସ୍ତଙ୍କ ପ୍ରୟାସରେ ବିକାଶ ପଥରେ ଭାରତ ଚାଲିବ । ପର୍ଯ୍ୟାବରଣ କ୍ଷେତ୍ରରେ ଭାରତ ବିଶ୍ୱର ମାର୍ଗଦର୍ଶକ ହୋଇ ଆଗାମୀ ୨୫ବର୍ଷର ଲକ୍ଷ୍ୟ ନେଇ କାମ କରିବି ବୋଲି ସେ କହିବା ସହିତ ସନ୍ଥକବି ଭୀମଭୋଇଙ୍କ ପ୍ରସିଦ୍ଧ କବିତାର ପଂକ୍ତି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ’କୁ ଉଦ୍ଧାର କରି ଜଗତ କଲ୍ୟାଣ ଭାବନାରେ ସମସ୍ତଙ୍କ ବିଶ୍ୱାସଭାଜନ ହୋଇ ନିଷ୍ଠାର ସହିତ କାମ କରିବାକୁ ସବୁବେଳେ ତତ୍ପର ରହିବେ ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ, ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଏଥିସହିତ ସର୍ବକନିଷ୍ଠ ତଥା ସ୍ୱାଧୀନତା ପରେ ଜନ୍ମଗ୍ରହଣ କରିଥିବା ପ୍ରଥମ ରାଷ୍ଟ୍ରପତି ।

Leave A Reply

Your email address will not be published.