ନବି ମୁମ୍ବାଇ ମହାନଗର ନିଗମର ୬୧ ଲକ୍ଷ ଟଙ୍କା ଛାଡ

0 75

ଭୁବନେଶ୍ୱର, ୨୫ା୭(ଡିକେ ନ୍ୟୁଜ): ନବି ମୁମ୍ବାଇ ମହାନଗର ନିଗମର ୬୧ ଲକ୍ଷ ଟଙ୍କା ଛାଡ଼ କଲେ ଓଡିଶା ସରକାର । ମୁମ୍ବାଇ ଓଡ଼ିଶା ଭବନରେ ଡାକ୍ତରଙ୍କ ରହଣି ବାବଦ ଦେୟକୁ ଛାଡ଼ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ନବୀ ମୁମ୍ବାଇ ମହାନଗର ନିଗମର ଡାକ୍ତର ଓ ନର୍ସ ମୁମ୍ବାଇ ସ୍ଥିତ ଓଡ଼ିଶା ଭବନରେ ରହୁଥିଲେ । ୨୦୨୧ ଏପ୍ରିଲ୍ ୧୨ରୁ ନଭେମ୍ବର ୨୭ ପର୍ଯ୍ୟନ୍ତ ୮ଟି ରୁମ୍ ଓ ଗୋଟିଏ ଡର୍ମିଟାରୀ ବ୍ୟବହାର କରିଥିଲେ । ଏହି ବାବଦକୁ ୬୧ ଲକ୍ଷ ୫ ହଜାର ଟଙ୍କା ପ୍ରଦାନ କରିବାର ଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ଦେୟକୁ ଛାଡ଼ କରାଯାଇଛି । ପୂର୍ବରୁ କରୋନାର ପ୍ରଥମ ଲହର ସମୟରେ ମଧ୍ୟ ନବୀ ମୁମ୍ବାଇ ମହାନଗର ନିଗମର ୨ କୋଟି ୧୬
ହଜାର ଟଙ୍କା ଛାଡ କରିଥିଲେ ଓଡ଼ିଶା ସରକାର ।

Leave A Reply

Your email address will not be published.