ଶାରୀରିକ ସମ୍ପର୍କ ମାଧ୍ୟମରେ ବ୍ୟାପିଥାଏ ମଙ୍କିପକ୍ସ !

0 63

ନୂଆଦିଲ୍ଲୀ, ୨୫ା୭: ବିଶ୍ୱରେ ମଙ୍କିପକ୍ସ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ୭୫ରୁ ଅଧିକ ଦେଶରେ ୧୬ହଜାରରୁ ଊର୍ଦ୍ଧ୍ୱ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି । ଭାରତରେ ମଧ୍ୟ ଚାରୋଟି ମାମଲା ଚିହ୍ନଟ ହୋଇଛି । ଯାହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନ୍ତର୍ଜାତୀୟ ଏମରଜେନ୍ସି ଘୋଷଣା କରିଥିଲା । ଏହି ରୋଗରେ ଅଧିକାଂଶ ଆକ୍ରାନ୍ତ ପୁରୁଷ ଏବଂ ସମଲିଙ୍ଗୀ
ହୋଇଥିବାରୁ ସାଧାରଣରେ ପ୍ରଶ୍ନ ଉଠୁଛି, ମଙ୍କିପକ୍ସ ଶାରୀରିକ ସମ୍ପର୍କ ଦ୍ୱାରା ବ୍ୟାପିଥାଏ କି ? ଏଥିନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ସ୍ଥିତିରେ କିଛି କୁହାଯାଇପାରିବ ନାହିଁ । ତେବେ ଲଣ୍ଡନରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ପ୍ରାୟ ୯୫ ପ୍ରତିଶତ ମାମଲା ଶାରୀରିକ ସମ୍ପର୍କ ମାଧ୍ୟମରେ ବ୍ୟାପିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ ଆଧାନୋମ ଘେବ୍ରିୟେସସ୍ କହିଛନ୍ତି ଯେ, ଜଣେ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ପୁରୁଷମାନଙ୍କ ମଧ୍ୟରେ ମଙ୍କିପକ୍ସର ସଂକ୍ରମଣର ମାତ୍ରା ଅଧିକ ରହୁଛି । ସେହିମାନଙ୍କ ମଧ୍ୟରେ ଏହି ସଂକ୍ରମଣ ଅଧିକ ବ୍ୟାପିଥାଏ, ଯେଉଁମାନଙ୍କ ମଧ୍ୟରେ ଏକାଧିକ ପାର୍ଟନର ରହିଥାନ୍ତି । ଏମ୍ସର କମ୍ୟୁନିଟି ମେଡିସିନ୍ ପ୍ରଫେସର ଡାକ୍ତର ସଞ୍ଜୟ ରାୟ କହିଛନ୍ତି ମଙ୍କିପକ୍ସ ସେକ୍ସ ମାଧ୍ୟମରେ ବ୍ୟାପୁଛି ବୋଲି ଆମ ପାଖରେ କୌଣସି ପ୍ରମାଣ ନାହିଁ । ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ପୁରୁଷମାନେ ମଙ୍କିପକ୍ସରେ ଅଧିକ ଆକ୍ରାନ୍ତ ହେଉଛନ୍ତି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ଫାଉଣ୍ଡେସନ୍ ଅଫ ଇଣ୍ଡିଆର ଲାଇଫ୍ ପୋର୍ସ ଏପିଡେମୋଲୋଜିର ମୁଖ୍ୟ ପ୍ରଫେସର ଡାକ୍ତର ଗିରିଧାରୀ ବାବୁ । ମଙ୍କିପକ୍ସ ରୋଗୀଙ୍କ ସହ ଘନିଷ୍ଠ ସମ୍ପର୍କରେ ରହୁଥିବା ଲୋକମାନଙ୍କୁ ଏହା ସଂକ୍ରମିତ କରୁଛି । ଲଣ୍ଡନରେ କରାଯାଇଥିବା ଏକ ନୂତନ ଅଧ୍ୟୟନ ରିପୋର୍ଟ ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ ମେଡିସିନ୍‌ରେ ଏହା ପ୍ରକାଶିତ ହୋଇଛି । ଏହି ଅଧ୍ୟୟନ ୧୬ଟି ଦେଶର ୫୨୮ ଆକ୍ରାନ୍ତଙ୍କ ଉପରେ କରାଯାଇଥିଲା । ଅଧ୍ୟୟନରେ ଏହା ଦାବି କରାଯାଇଛି ଯେ, ୯୫ ପ୍ରତିଶତ ଆକ୍ରାନ୍ତଙ୍କୁ ଏହା ଶାରୀରିକ ସମ୍ପର୍କ ମାଧ୍ୟମରେ ବ୍ୟାପିଛି ।

Leave A Reply

Your email address will not be published.