ରାଷ୍ଟ୍ରପତି ଭବନରେ ଦ୍ରୌପଦୀଙ୍କ ପ୍ରଥମ ଦିନ କାର୍ଗିଲ ବିଜୟ ଆମ ସୈନ୍ୟଙ୍କ ଅସାଧାରଣ ବୀରତ୍ୱର ପ୍ରତୀକ

0 104

ନୂଆଦିଲ୍ଲୀ, ୨୬ା୭: ଦାୟିତ୍ୱ ଗ୍ରହଣ ପରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଦିନ ଥିଲା ବ୍ୟସ୍ତବହୁଳ । ରାଇସିନା ହିଲ୍ ଚଳଚଞ୍ଚଳ ହୋଇପଡ଼ିଥିଲା । ପ୍ରଧାନମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଆସିଥିଲେ ରାଷ୍ଟ୍ରପତି ଭବନ । ଆଜି କାର୍ଗିଲ ବିଜୟ ଦିବସ ଥିବାରୁ ବୀର ସୈନିକଙ୍କୁ ସଲାମ୍ ସହିତ ଆରମ୍ଭ ହୋଇଥିଲା ରାଷ୍ଟ୍ରପତିଙ୍କ ସକାଳ । କାର୍ଗିଲ ବିଜୟ ଦିବସ ଆମ ସୈନ୍ୟବଳର ଅସାଧାରଣ ବୀରତ୍ୱ, ପରାକ୍ରମ ଓ ଦୃଢ଼ ସଂକଳ୍ପର ପ୍ରତୀକ । ଭାରତ ମା’ର ରକ୍ଷା ପାଇଁ ଜୀବନକୁ ବାଜି ଲଗାଉଥିବା ସବୁ ବୀର ଯବାନଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍ କରି ଏହା କହିଛନ୍ତି ନୂଆ ରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମ ଥର ରାଷ୍ଟ୍ରପତି ଭବନ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସାକ୍ଷାତ କରିଥିଲେ । ଦ୍ରୌପଦୀ ହେଉଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ଏବଂ ଦ୍ୱିତୀୟ ମହିଳା ରାଷ୍ଟ୍ରପତି । ଆଜି ତାଙ୍କୁ ସାକ୍ଷାତ କରିବାକୁ ଆସିଥିଲେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲ । ପୂର୍ବତନ ରାଷ୍ଟ୍ରପତି ଶ୍ରୀମତୀ ପାଟିଲ ତାଙ୍କ ଝିଅଙ୍କ ସହ ଆସି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ । ଏଥିସହିତ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଶେଣୀ ଲାଲ୍‌ ମଧ୍ୟ ରାଷ୍ଟ୍ରପତି ଭବନ ଯାଇ
ମହାମହିମଙ୍କୁ ଭେଟିବା ସହିତ ଶୁଭଚ୍ଛୋ ଜଣାଇଥିଲେ । ସେହିଭଳି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଦ୍ରୌପଦୀଙ୍କୁ ଭେଟିଥିଲେ । ନିର୍ବାଚନ ସମୟରେ ଆନ୍ଧ୍ରର ସବୁ ଦଳର ସମସ୍ତ ବିଧାୟକ ତାଙ୍କୁ ସମର୍ଥନ କରିଥିଲେ । ଏଥିସହିତ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର, ବିହାର ରାଜ୍ୟପାଳ ଫଗୁ ଚୌହ୍ୱାନ, ପଞ୍ଜାବ ରାଜ୍ୟପାଳ ଫୁଲୱାରିଲାଲ ପୁରୋହିତ ଓ ଛତିଶଗଡ଼ ରାଜ୍ୟପାଳ ମଧ୍ୟ ଦ୍ରୌପଦୀଙ୍କୁ ଭେଟିଥିଲେ ।

Leave A Reply

Your email address will not be published.