ଡ୍ରୋନ୍ ଆକ୍ରମଣରେ ଅଲ୍ କାଏଦା ମୁଖ୍ୟ ସଫା

0 67

ୱାଶିଂଟନ, ୨ା୮: ଆମେରିକା ଉପରେ ହୋଇଥିବା ୯/୧୧ ଆତଙ୍କବାଦୀ ଆକ୍ରମଣର ଦୀର୍ଘ ୨୧ ବର୍ଷ ପରେ ନିହତ ହେଲେ ଏହାର ଅନ୍ୟତମ ମାଷ୍ଟର ମାଇଣ୍ଡ ତଥା ଅଲକାଏଦା ଚିଫ ଅଲ-ଜାୱାହିରି । ଆମେରିକାର ଡ୍ରୋନ ଆକ୍ରମଣରେ ଜୁଲାଇ ୩୧ ତାରିଖ ରାତିରେ ଆଖି ବୁଜିଛନ୍ତି ଅଲ-ଜାୱାହିରୀ । ଲାଡେନର ମୃତ୍ୟୁ ପରେ ଅଲ-କାଏଦାର ମୁଖ୍ୟ ଥିବା ଅଲ୍ ଜୱାହିରିର ମୁଣ୍ଡ ଉପରେ ୨୫ ମିଲିୟନ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା ଆମେରିକା । ଶେଷରେ ଆମେରିକା ଆକ୍ରମଣରେ ହିଁ ଯାଇଛି ଅଲ-ଜାୱାହିରିଙ୍କ ଜୀବନ । ଆମେରିକାକୁ ଏଥର ସମ୍ପୂର୍ଣ୍ଣ ନ୍ୟାୟ ମିଳିଲା ବୋଲି କହିଛନ୍ତି ରାଷ୍ଟ୍ରପତି ଜୋ\’ ବାଇଡେନ । ହ୍ୱାଇଟ ହାଉସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଆଫଗାନିସ୍ତାନର ଅଲ-କାଏଦା ମୁଖ୍ୟଙ୍କୁ ଟାର୍ଗେଟ କରି ଗତକାଲି ଡ୍ରୋନ ଆକ୍ରମଣ ହୋଇଥିଲା । ଏଥିରେ ଅଲ-କାଏଦାର ମୁଖ୍ୟ ଆୟମାନ ଅଲଜାୱାହିରିଙ୍କ ମୃତ୍ୟୁ ହୋଇଛି । ରାଷ୍ଟ୍ରପତି ଜୋ ବାଇଡେନ ସୋମବାର କହିଥିଲେ ଯେ କାବୁଲରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଅଲ-କାଏଦା ନେତା ଆୟମାନ ଅଲ-ଜାୱାହିରିଙ୍କ ମୃତ୍ୟୁ ହୋଇଛି । ଏଥିସହ ସେ କହିଛନ୍ତି, ଯେତେ ବି ବିଳମ୍ବ ହେଉନା କାହିଁକି, ଶେଷରେ ନ୍ୟାୟ ମିଳିଛି । ଆଉ ଆତଙ୍କବାଦୀଙ୍କ ନେତାର ନିପାତ ହୋଇଛି । ଆମେରିକୀୟଙ୍କୁ
ଯିଏ ବି କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବ ଓ ଆମେରିକାବାସୀଙ୍କ ପ୍ରତି ଯିଏ ବି ବିପଦ ହେବ, ତା ବିରୋଧରେ ଆମେରିକା ଶକ୍ତ ପ୍ରହାର କରିବ । ଅଲ-ଜାୱାହିରିଙ୍କ ମୃତ୍ୟୁ ପରେ ଏଥର ଆମେରିକାବାସୀ ସମ୍ପୂର୍ଣ୍ଣ ନ୍ୟାୟ ପାଇଲେ । ଆମେରିକାକୁ ଅସୁବିଧାରେ ପକାଉଥିବା ଲୋକଙ୍କୁ ଖୋଜିଖୋଜି ମାରିବୁ ବୋଲି କହିଛନ୍ତି ବାଇଡେନ୍ ।

Leave A Reply

Your email address will not be published.