ପୁଣି ଉଠିବ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପ୍ରସଙ୍ଗ

0 76

ନୂଆଦିଲ୍ଲୀ/ଭୁବନେଶ୍ୱର, ୬ା୮(ଡିକେ ନ୍ୟୁଜ): ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରବିବାର ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ସେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କ’ଣ ରହିବ ଓଡ଼ିଶାର
ଆଭିମୁଖ୍ୟ, ଆଉ କ’ଣ ପ୍ରସ୍ତାବ ରଖିବେ ନବୀନ ତା ଉପରେ ସମସ୍ତଙ୍କ ନଜର । ନିକଟରେ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ ସମୟରେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ ଉଠାଇଥିଲେ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ବୈଠକରେ ସମାନ ଦାବି ଦୋହରାଇଛନ୍ତି ନବୀନ । ପ୍ରତିବର୍ଷ ଓଡ଼ିଶା ବାତ୍ୟା, ବନ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍‌ନା କରୁଛି । ବିପର୍ଯ୍ୟୟ ପରବର୍ତ୍ତୀ ଅବସ୍ଥାରେ ଭିତ୍ତିଭୂମି ଥଇଥାନ ଓ ପୁନରୁଦ୍ଧାର ପାଇଁ ଖର୍ଚ୍ଚ ହେଉଛି ବ୍ୟାପକ ଅର୍ଥ । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଦିଗରେ ପ୍ରବଳ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛି ରାଜ୍ୟ । ଏ ଦୃଷ୍ଟିରୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ନେଇ ବଳିଷ୍ଠ ଯୁକ୍ତି ବାଢ଼ିପାରନ୍ତି ନବୀନ । ଏଥିସହ ଟେଲିକମ୍‌, ରେଳବାଇ, ବ୍ୟାଙ୍କିଙ୍ଗ ଭଳି ପ୍ରମୁଖ ସମସ୍ୟାକୁ ନୀତି ଆୟୋଗ ନିକଟରେ
ଉପସ୍ଥାପନ କରିପାରନ୍ତି ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ଯେ, ୧୯୬୯ ମସିହାରେ ଦେଶରେ ପ୍ରଥମେ ଆରମ୍ଭ ହୋଇଥିଲା ସ୍ପେଶିଆଲ କ୍ୟାଟେଗୋରୀ ଷ୍ଟାଟସ୍‌ ବ୍ୟବସ୍ଥା । ଉତ୍ତର-ପୂର୍ବ ରାଜ୍ୟ ମିଜୋରାମ, ମେଘାଳୟ ଓ ଅରୁଣାଚଳ ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମିଳିଛି । କିନ୍ତୁ ଓଡ଼ିଶା ପରି ରାଜ୍ୟର ଦାବିକୁ ବାରମ୍ବାର କେନ୍ଦ୍ର ଅଗ୍ରାହ୍ୟ କରୁଛି । ଅନ୍ୟପକ୍ଷରେ ଆଜାଦି କା ଅମୃତ ମହୋତ୍ସବ ବୈଠକରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୭୫ତମ ସ୍ୱାଧିନତା ଅବସରରେ ଦେଶରେ ପାଳନ କରାଯାଉଛି ଆଜାଦି କା ଅମୃତ ମହୋତ୍ସବ । ଏହି ପ୍ରସଙ୍ଗରେ ରାଷ୍ଟ୍ରପତି ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକ ଏହି ଅବସରରେ ସ୍ୱାଧୀନତାରେ ଓଡିଶାର ଭୂମିକା କଥା ଉଲ୍ଲେଖ କରିଥିଲେ । ଓଡିଆ ସ୍ୱାଧିନତା ସଂଗ୍ରାମୀଙ୍କ ବୀରତ୍ୱ ଓ ଅବଦାନ ସମ୍ପର୍କରେ କହିଥିଲେ । ଆଜାଦି କା ଅମୃତ ଉତ୍ସବ ପାଇଁ ଓଡିଶାର ଏକ ବ୍ଲୁ ପ୍ରିଣ୍ଟ ଦେଇଥିଲେ ମୁଖ୍ୟମନ୍ତ୍ରୀ । ନେତାଜୀ
ସୁବାଷ ଚନ୍ଦ୍ର ବୋଷଙ୍କ ସ୍ୱାଧିନତାରେ ଅବଦାନ କଥା ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ବୈଠକ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଏତିସହିତ ଅହିଁସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବା ପାଇଁ ପ୍ରାଧାନମନ୍ତ୍ରୀଙ୍କ ସହ କଥା ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.