୧୨ରେ ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ ସୁନା ଫଳାଇବ ସୁବର୍ଣ୍ଣରେଖା

0 65

ଭୁବନେଶ୍ୱର, ୯ା୮ (ଡିକେ ନ୍ୟୁଜ୍‌): ଆସନ୍ତା ୧୨ ତାରିଖରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ଗସ୍ତ କାର୍ଯ୍ୟକ୍ରମରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଓ ଦେଓ ପ୍ରକଳ୍ପକୁ ସେ ଉଦ୍‌ଘାଟନ କରିବେ । ପ୍ରଥମେ କରଞ୍ଜିଆର ହାତୀବାରିରେ ଥିବା ଦେଓ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ । ଏହି ପ୍ରକଳ୍ପ ଦ୍ୱାରା କରଞ୍ଜିଆ ଉପଖଣ୍ଡର ୭୫୦୦ ହେକ୍ଟର ଚାଷଜମି ଜଳସେଚିତ ହେବ । କରଞ୍ଜିଆ ପରେ ରାସଗୋବିନ୍ଦପୁର ଟିକପଡ଼ାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ସୁବର୍ଣ୍ଣରେଖା ନଦୀରେ ବୃହତ୍‌ ଜଳସେଚନ ପ୍ରକଳ୍ପକୁ ଉଦ୍‌ଘାଟନ କରିବେ । ଏହାଦ୍ୱାରା ରାସଗୋବିନ୍ଦପୁର ବ୍ଲକ୍‌ ସମେତ ବାଲେଶ୍ୱର ଜିଲ୍ଲାର ୧୭ହଜାର ହେକ୍ଟର ଜମି ଜଳସେଚିତ ହେବ । ଗତ ୨୦୧୮ ମସିହାରେ ଏହି ପ୍ରକଳ୍ପର ଶୁଭ ଦେଇଥିଲେ ନବୀନ । ପ୍ରକଳ୍ପ ଉଦ୍‌ଘାଟନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ୨୦୨୪ ସୁଦ୍ଧା ୧୫ ବୃହତ୍ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ୨୦୨୨ରେ ୪ ବୃହତ୍ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ସେଥିମଧ୍ୟରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଓ ଦେଓ ପ୍ରୋଜେକ୍ଟ ରହିଛି । ସେହିପରି ୨୦୨୩ରେ ୪ ଓ ୨୦୨୪ରେ ୭ ବୃହତ୍ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.