ରାକ୍ଷୀ ବାନ୍ଧିବାକୁ ଯିବାବେଳେ ଗଣଦୁଷ୍କର୍ମର ଶିକାର

0 70

ପାଟନା: ରକ୍ଷାବନ୍ଧନ ଅବସରରେ ଅଭାବନୀୟ ଘଟଣା । ବିହାରର ସିୱାନରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଏହି ନାବାଳିକା ଜଣକ ତାଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଯାଉଥିବା ବେଳେ ବାଟରେ ଯୌନ ରାକ୍ଷସଙ୍କ ହାବୁଡ଼ରେ ପଡ଼ିଥିଲେ । ପୁଲିସ ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନାନୁସାରେ, ନାବାଳିକା ଜଣକ ନିଜ ଭାଇକୁ ରାକ୍ଷୀ ବାନ୍ଧିବାକୁ ଯାଉଥିଲା । ଏହି ସମୟରେ ଚାରି ଜଣ ଦୁର୍ବୃତ୍ତ ତାଙ୍କୁ ଅପହରଣ କରି ରାସ୍ତା କଡ଼ରେ ଥିବା ବୁଦାକୁ ନେଇ ଯାଇଥିଲେ । ନାବାଳିକା ଚିକ୍ରାର କରିବା ସତ୍ତେ୍ୱ ଅଭିଯୁକ୍ତମାନେ ନଶୁଣି ତାକୁ ଗଣଦୁଷ୍କର୍ମ କରିଥିଲେ । ତେବେ ସେଇବାଟେ ଦେଇ ଜଣେ କାର ଚାଳକ ଯାଉଥିବା ବେଳେ ଝିଅଟିର ଚିକ୍ରାର ଶୁଣି ଘଟଣାସ୍ଥଳ କାରକୁ ମୁହାଁଇଥିଲେ । ତେବେ ତାଙ୍କ କାର ଆସିବା ଦେଖି ଅଭିଯୁକ୍ତମାନେ ନାବାଳିକାକୁ ଛାଡ଼ି ଫେରାରର ହୋଇଯାଥିଲେ । କାର ଚାଳକ ଜଣକ ନାବାଳିକାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତଖାନାରେ ତାଙ୍କର ଏବେ ଚିକିତ୍ସା ଚାଲିଛି । ପୀଡିତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଭଗବାନପୁର ପୁଲିସ ଷ୍ଟେସନ ଅଧିକାରୀ ପଙ୍କଜ କୁମାରଙ୍କ କହିବାନୁସାରେ, ନାବାଳିକାଙ୍କ ଚିକିତ୍ସା ଦାଇତ୍ୱ ପୋଲିସ୍‌ ନେଇଛି । ପୀଡିତାଙ୍କ ବୟାନ ଅନୁସାରେ ଶନିବାର ଅଭିଯୁକ୍ତ ପୱନ କୁମାର, ଅଙ୍କିତ କୁମାର, ଇମାମୁଦ୍ଦିନ ଏବଂ ଦୀନେଶ କୁମାରଙ୍କ ବିରୋଧରେ ଏତଲା ରୁଜୁ ହୋଇଛି । ସେମାନଙ୍କ ମଧ୍ୟରୁ ଜଣେ ଗିରଫ ହୋଇଛନ୍ତି । ତାକୁ ପୁଲିସ ପଚରାଉଚରା କରୁଛି । ପୀଡିତା ତାଙ୍କ ମାମୁଁଙ୍କ ଘରେ ରୁହନ୍ତି । ଏହି ଘଟଣା ପରେ ପରିବାର ସଦସ୍ୟ ଆଶ୍ଚର୍ଯ୍ୟ ହେବା ସହ ନ୍ୟାୟ ପାଇଁ ଦାବି କରିଛନ୍ତି । ଗ୍ରାମବାସୀଙ୍କ କହିବାନୁସାରେ, ଆଜିକାଲି ନିଛାଟିଆ ରାସ୍ତାରେ ନିଶା ସେବନକାରୀଙ୍କ ଆ‡ା ଜମୁଛି । ସ୍କୁଲ ଯାଉଥିବା ଛୋଟ ଛୋଟ ଝିଅମାନେ ସେମାନଙ୍କର ଶିକାର ହେଉନ୍ତି । କିନ୍ତୁ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉନାହିଁ ।

Leave A Reply

Your email address will not be published.