୬ ବର୍ଷ ପରେ ସିଲଭର ସ୍କ୍ରିନ୍‌କୁ ଫେରିବେ ଗୀତା

0 64

ମୁମ୍ବାଇ, : ପୁଣି ପରଦାକୁ ଫେରିବେ ମିସେସ୍ ଭଜ୍ଜି । ବଲିଉଡକୁ କମ୍‌ବ୍ୟାକ୍‌ କରିବେ କ୍ରିକେଟର ହରଭଜନ ସିଂହଙ୍କ ପତ୍ନୀ ଗୀତା ବସ୍‌ରା । “ଦି ଟ୍ରେନ୍‌’ ଅଭିନେତ୍ରୀ ଗୀତା ବସ୍‌ରାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଦୀର୍ଘ ବର୍ଷର ବ୍ୟବଧାନ ପରେ ଅଭିନେତ୍ରୀ ଗୀତା ବଡ ପରଦାକୁ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି । ନିର୍ମାତା ଶବବୀର ବକ୍ସୱାଲାଙ୍କ ଏକ ଫିଲ୍ମ ସେ ସାଇନ୍ କରିଥିବା ସୂଚନା ମିଳିଛି । ଇଏ ହେଉଛନ୍ତି ସେହି ନିର୍ମାତା, ଯିଏ କି କରଣ ଜୋହରଙ୍କ ସହ ମିଶି ସୁପରଡୁପର ହିଟ୍ ଫିଲ୍ମ “ଶେରଶାହା’ କରିଥିଲେ । ରିପୋର୍ଟ ମୁତାବକ ଗୀତା ଫିଲ୍ମ “ନୋଟରୀ’ରୁ ଧମାକେର୍ଦା କମ୍‌ବ୍ୟାକ୍‌ କରିବେ । ଏହି ଫିଲ୍ମରେ ସେ “କାହାନୀ’ ଫେମ୍ ପରମବ୍ରତ ଚାଟାର୍ଜୀଙ୍କ ଅପୋଜିଟ୍‌ରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶକ ପୱନ ବାଡେୟର ଦେବେ । ଏହାର ସୁଟିଂ ଭୋପାଳରେ ୫ ଅକ୍ଟୋବରରୁ ଆରମ୍ଭ ହେବ । ବିଶେଷ କଥା ହେଉଛି ଏହି ଫିଲ୍ମୀ ସୁଟିଂକୁ ୪୫ ଦିନ ମଧ୍ୟ ପୂରଣ କରାଯିବ । ଏହି ନୂଆ ପ୍ରୋଜେକ୍ଟ ବିଷୟରେ ଗୀତା ବସ୍ରା ନିଜେ ଖୁଲାସା କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ବକ୍ସୱାଲା ନିଜେ ତାଙ୍କୁ ଡାକି ଏହି ଅଫର ଦେଇଛନ୍ତି । ଅଭିନେତ୍ରୀ କହିଛନ୍ତି “ମୁଁ ବହୁତ ଖୁସି । ମୁଁ ଏକ ଏଭଳି ଚରିତ୍ରରେ ଅଭିନୟ କରି କମ୍‌ବ୍ୟାକ୍ କରିବାକୁ ଯାଉଛି, ଯାହା ଇମୋସନ୍‌ସ୍‌ରେ ପରିପୂର୍ଣ୍ଣ ।’ ଏହି ଫିଲ୍ମରେ ଗୀତାଙ୍କୁ ଜଣେ କଲେଜ୍ ଝିଅ ଭୂମିକାରେ ଦେଖିବାକୁ ମିଳିବ । ଉଲ୍ଲେଖଯୋଗ୍ୟ, ଗୀତାଙ୍କୁ ଶେଷଥର ପାଇଁ ୨୦୧୬ରେ ଫିଲ୍ମ “ଲକ୍‌’ରେ ଦେଖିବାକୁ ମିଳିଥିଲା । ଏବେ ୬ ବର୍ଷ ପରେ ପୁଣି ଥରେ କମ୍‌ବ୍ୟାକ୍ କରିବାକୁ ଯାଉଥିବା ଖବର ଶୁଣି ତାଙ୍କ ଫ୍ୟାନ୍‌ମାନେ ବେଶ୍‌ ଉତ୍ସାହିତ ହୋଇପଡିଛନ୍ତି ।

Leave A Reply

Your email address will not be published.