୨୧ରେ ମିନି ମାରାଥନ “ରନ୍ କଟକ ରନ୍‌

0 67

କଟକ, : ସିଲଭର ସିଟି କଟକରେ ଆସନ୍ତା ରବିବାର (ଅଗଷ୍ଟ ୨୧)ରେ ପ୍ରଥମ ଥର ପାଇଁ ଏକ ଭିନ୍ନଧରଣର ମିନି ମାରାଥନ ଆୟୋଜନ ହେବାକୁ ଯାଉଛି । କଟକ ରାଉଣ୍ଡ ଟେବୁଲ ୧୩୭ (ସିଆରଟି) ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି “ରନ୍ କଟକnରନ୍‌’ ମିନି ମାରାଥନରେ ସାରା ରାଜ୍ୟରୁ ୨୨୦ରୁ ଅଧିକ ଦୌଡ଼ାଳି ନିଜ ନିଜର ଫିଟନେସ୍ ସ୍ତର ଅନୁଯାୟୀ ୩ କିଲୋମିଟର, ୫ କିଲୋମିଟର ଏବଂ ୧୦ କିଲୋମିଟରରୁ ଅଧିକ ବର୍ଗରେ ଅଂଶଗ୍ରହଣ କରିବେ । କଟକର ନରାଜ ବ୍ୟାରେଜ ନିକଟରୁ ସକାଳ ୬ଟାରେ ଏହି କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରାଯିବ । ଏଥିରେ କଟକ, ଭୁବନେଶ୍ୱର ସମେତ ପାଖାପାଖି ଅଞ୍ଚଳର ଲୋକମାନେ ଅଂଶଗ୍ରହଣ କରୁଛନ୍ତି । ମାରାଥନ ଦୌଡ଼ାଳିମାନେ ଗୋଟିଏ ପାର୍ଶ୍ୱରେ ସବୁଜ ଗଛ ଏବଂ ଅନ୍ୟ ପଟେ ମହାନଦୀ ସହିତ ନିୟନ୍ତ୍ରିତ ଟ୍ରାଫିକ୍ ଏବଂ ପ୍ରଦୂଷଣମୁକ୍ତ ରାସ୍ତାରେ ଦୌଡିବାର ଏକ ବିରଳ ଅନୁଭୂତି ପ୍ରାପ୍ତ କରିବେ ବୋଲି କହିଛନ୍ତି ରେସ୍‌ ନିର୍ଦ୍ଦେଶକ ତଥା ଅଲଟ୍ରା-ରନର୍ କ୍ୟାପଟେନ୍‌ ଅବିନାଶ ଚିମାଙ୍କା । ଟ୍ୱିନ୍ ସିଟିରେ ବିକ୍ଷିପ୍ତ ଭାବରେ ପୂର୍ବରୁ ସମାନ ଧରଣର ଛୋଟ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିବାବେଳେ, କଟକ ରାଉଣ୍ଡ ଟେବୁଲ୍‌ ୧୩୭ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି “ରନ୍ କଟକ ରନ୍‌’ କାର୍ଯ୍ୟକ୍ରମକୁ ଅତ୍ୟନ୍ତ ପେସାଦାର ଏବଂ ଆକର୍ଷଣୀୟ ଢଙ୍ଗରେ ଆୟୋଜନ କରାଯାଉଛି । ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କର ରେସ୍‌ ବିବ୍ ସଂଗ୍ରହ ପାଇଁ ଦୌଡ଼ର ପୂର୍ବ ଦିନରେ ଏକ ବିବ୍ ଏକ୍ସପୋର ଆୟୋଜନ କରାଯାଇଛି । ଫଳରେ ରେସ୍ ବିବ୍ ସଂଗ୍ରହ କରିବା ସହ ଦୌଡ଼ ପୂର୍ବରୁ ଆୟୋଜକ ଓ ଅନ୍ୟ ସାଥୀ ଦୌଡ଼ାଳିମାନଙ୍କୁ ଭେଟିବା ଏବଂ ସେମାନଙ୍କ ସହ ଭାବବିନିମୟ କରିବାର ସୁଯୋଗ ଏଥିରେ ମିଳିବ । ଏହି ମାରାଥନରେ ଅଂଶଗ୍ରହଣ କରୁଥିବା ସମସ୍ତ ଦୌଡ଼ାଳି କେବଳ ଏକ ସୁସ୍ଥ ଜୀବନଶୈଳୀ ଆପଣାଇବାର ସନ୍ତୋଷ ସହିତ ଘରକୁ ଫେରିବେ ନାହିଁ, ବରଂ ଏକ ବ୍ୟକ୍ତିଗତ ଡ୍ରାଏ-ଫିଟ୍ ଟି-ସାର୍ଟ, ବ୍ୟକ୍ତିଗତ ବିବ୍‌, ଫିନିର୍ସ ପଦକ, ଫିନିର୍ସ ସାର୍ଟିଫିକେଟ୍‌, ଗରମ ଜଳଖିଆ ଏବଂ ପାନୀୟ, ଗୁଡି ବ୍ୟାଗ୍‌, ଫଟୋ ଏବଂ ଅନେକ ଭଲ ସ୍ମୃତି ସହିତ ଘରକୁ ଫେରିବେ । ଟାଇଟଲ୍ ପ୍ରାୟୋଜକ- କଟକ ରାଉଣ୍ଡ ଟେବୁଲ୍ ୧୩୭ ସମେତ ଏହାର ସମସ୍ତ ପ୍ରାୟୋଜକଙ୍କଠାରୁ ମିଳିଥିବା ସମର୍ଥନଦ୍ୱାରା ଏହି କାର୍ଯ୍ୟକ୍ରମର ରୂପାୟନ ହୋଇଛି । ସିଆରଟି ହେଉଛି ସଫଳ ବ୍ୟବସାୟୀ ଏବଂ ବୃତ୍ତିଜୀବୀମାନଙ୍କୁ ନେଇ ଗଠିତ ଏକ ଯୁବସଂଗଠନ । ଏହି ସଂଗଠନ ନିଜ ଭିତରେ ଓ ଯୁବସମାଜରେ ପରିବର୍ତ୍ତନ ଏବଂ ଉତ୍କର୍ଷତା ଆଣିବା ଦିଗରେ କାର୍ଯ୍ୟ କରୁଛି । ସେମାନଙ୍କର ଦୀର୍ଘକାଳୀନ ପ୍ରକଳ୍ପ ଫ୍ରିଡମ୍ ଥ୍ରୁ ଏଜୁକେସନ୍‌ ମାଧ୍ୟମରେ ସେମାନେ କମ୍ ସୁବିଧାପ୍ରାପ୍ତ ପିଲାମାନଙ୍କ ଶିକ୍ଷା ପାଇଁ ଭିତ୍ତିଭୂମିର ବିକାଶ କରୁଛନ୍ତି । କଟକ ରାଉଣ୍ଡ ଟେବୁଲ ୧୩୭ ଏହିପରି ଅନେକ କାର୍ଯ୍ୟକ୍ରମ ସହିତ ଶ୍ରେଣୀଗୃହ ନିର୍ମାଣ, କୋଭିଡ ୧୯ ପ୍ରଥମ ଲହର କାଳରେ ରନ୍ଧା ଖାଦ୍ୟ ଯୋଗାଣରେ ଜଡିତ ରହିବା ସହ ବିଭିନ୍ନ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମରେ ନିଜକୁ ସାମିଲ୍ କରିଥାଏ ।

Leave A Reply

Your email address will not be published.