ୟୁପିଆଇରେ ଟଙ୍କା ଟ୍ରାନ୍ସଫର ହୋଇପାରେ ମହଙ୍ଗା!

0 66

ନୂଆଦିଲ୍ଲୀ : ୟୁନିଫାଇଡ୍ ପେମେଣ୍ଟସ୍‌ ଇଣ୍ଟରଫେସ୍ (ୟୁପିଆଇ) ଏବେ ଭାରତରେ ବେଶ ଲୋକପ୍ରୀୟ । ଏହି ଡିଜିଟାଲ ପେମେଣ୍ଟରେ ଲୋକେ ନିମିଷକରେ ପୈଠ
କରିପାରୁଥିବା ବେଳେ ଏଥିଲାଗି କୌଣସି ଚାର୍ଜ ଦେବାକୁ ବି ପଡୁନି । ତେବେ ଆଗାମୀ ଦିନରେ ପରିସ୍ଥିତି ପରିବର୍ତ୍ତନ ହୋଇପାରେ । ଲୋକଙ୍କୁ ଦେୟ ପୈଠ କରିବା ଲାଗି ଚାର୍ଜ ଦେବାକୁ ପଡିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ( ଆରବିଆଇ) ଏଥିଲାଗି ଡିସ୍କସନ ପେପର ଅନ୍‌ ଚାର୍ଜେସ୍ ଇନ ପେମେଣ୍ଟ ସିଷ୍ଟମ (ଡିପିସିପିଏସ) ଜାରି କରିଛନ୍ତି । ଏ ନେଇ ଆରବିଆଇ ପରାମର୍ଶ ଲୋଡିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ୟୁପିଆଇରୁ ଶୁଳ୍କ ଅସୁଲି ଲାଗି ଆରବିଆଇ ଏବେ ବିକଳ୍ପ ସନ୍ଧାନ କରୁଛନ୍ତି । ଏଣୁ ଆରବିଆଇଙ୍କ ପକ୍ଷରୁ ଜାରି ପେପରରେ ୟୁପିଆଇ ମଧ୍ୟ ଇମିଡିଏଟ୍ ପେମେଣ୍ଟ ସର୍ଭିସ (ଆଇଏମପିଏସ) ଭଳି ଏକ ଫଣ୍ଡ ଟ୍ରାନ୍ସଫର ସିଷ୍ଟମ ଓ ଏହା ଉପରେ ଟ୍ରାନ୍ସଫର ଟ୍ରାଞ୍ଜାକ୍ସନରେ ଚାର୍ଜେସ୍‌ ଲାଗିବା ଦରକାର ବୋଲି କହିଛନ୍ତି । ଆରବିଆଇଙ୍କ ଅନୁସାରେ ପୃଥକ ପୃଥକ ଏମାଉଣ୍ଟ ଲାଗି ଅଲଗା ଅଲଗା ଚାର୍ଜ ନିର୍ଦ୍ଧାରିତ କରାଯାଇପାରେ । ପେପରରେ କୁହାଯାଇଛି ଯେ ୟୁପିଆଇ ଏକ ଫଣ୍ଡ ଟ୍ରାନ୍ସଫର ସିଷ୍ଟମ ଭାବେ ପଇସାର ରିୟଲଟାଇମ ଟ୍ରାନ୍ସଫର ସୁନିଶ୍ଚିତ କରିଥାଏ । ସେହିପରି ଏକ ମର୍ଚେଣ୍ଟ ପେମେଣ୍ଟ ସିଷ୍ଟମ ଭାବେ ମଧ୍ୟ ରିୟଲଟାଇମରେ ସେଟେଲମେଟ୍ ସୁନିଶ୍ଚିତ କରିଥାଏ । ଏହି ସବୁ କାମ ଯେପରି ବିନା କୌଣସି ଝିନଝଟରେ ନେଣ ଦେଣ ପୂରା କରିବାକୁ ବ୍ୟାଙ୍କମାନଙ୍କୁ ବେସିକ୍‌ ଇନଫ୍ରାଷ୍ଟକଚର ନିର୍ମାଣ କରିବାକୁ ପଡିଥାଏ । ଏଣୁ ଏପରି ସିଷ୍ଟମରେ ଅତିରିକ୍ତ ଅର୍ଥ ବ୍ୟୟ କରିବାକୁ ପଡିଥାଏ । ଏବେ ଏପରି ଦେୟ ଉପରେ ଏବେ ଆରବିଆଇ ଶୁଳ୍କ ଲଗାଇବାକୁ ଚାହୁଁଛନ୍ତି । ଏଥିରେ ଡେବିଟ କାର୍ଡ ଟ୍ରାଞ୍ଜାକ୍ସନରେ ମଧ୍ୟ ଶୁଳ୍କ ଲଗାଇ ପାରନ୍ତି, ଯାହା ଏପର୍ଯ୍ୟନ୍ତ ନିଶୁଳ୍କ ଥିଲା ।

Leave A Reply

Your email address will not be published.