ବିବାଦୀୟ ବିଜ୍ଞାପନ ପାଇଁ କ୍ଷମା ମାଗିଲା ଜୋମାଟୋ

0 63

ନୂଆଦିଲ୍ଲୀ ୨୧ ।୦୮: କେତେବେଳେ କର୍ମଚାରୀଙ୍କ ଦୁର୍ବ୍ୟବହାର ତ କେତେବେଳେ ବିବାଦୀୟ ବିଜ୍ଞାପନକୁ ନେଇ ଅନ୍‌ଲାଇନ୍ ଫୁଡ୍‌ ଡେଲିଭରି କମ୍ପାନୀ ଜମାଟୋ ବିବାଦ ଘେରରେ ରହିଛି । ହ୍ରିତିକ ରୋଶନଙ୍କୁ ନେଇ ତିଆରି ହୋଇଥିବା ଏକ ବିଜ୍ଞାପନ ବିବାଦ ଘେରକୁ ଆସିବା ପରେ କ୍ଷମାପ୍ରାର୍ଥନା କରିଛି ଜମାଟୋ । ମଧ୍ୟପ୍ରଦେଶର ଜଣେ ପୂଜାରୀ ଏଭଳି ବିଜ୍ଞାପନ ଉପରେ ଆପତ୍ତି ଉଠାଇବା ପରେ କମ୍ପାନୀ କ୍ଷମା ମାଗିଛି । ଏହି ବିଜ୍ଞାପନକୁ ହଟାଇବା ପାଇଁ ଶନିବାର ମହାକାଳେଶ୍ୱର ମନ୍ଦିରର ଦୁଇ ପୂଜକ ଜମାଟୋ ପାଖରେ ଦାବି ରଖିଥିଲେ । ଏହି ବିଜ୍ଞାପନ ହିନ୍ଦୁ ଭାବନାକୁ ଆହତ ପହଞ୍ଚାଉଛି ବୋଲି ସେମାନେ ଅଭିଯୋଗ କରିଥିଲେ । କାରଣ ବିଜ୍ଞାପନରେ ହ୍ରିତିକ ରୋଶନ କହୁଛନ୍ତି ଥାଳି (ଖାଦ୍ୟ ପ୍ଲେଟ୍‌)ର ମନେପଡ଼ିଲା ଉଜ୍ଜେନରେ ଅଛି, ତେଣୁ ଭାବିଲି ମହାକାଳରୁ ମଗେଇ ଆଣିବି । ବିଜ୍ଞାପନରେ ହ୍ରିତକ ରୋସନଙ୍କର ଏହି ମହାକାଳ ଶବ୍ଦକୁ ନେଇ ବିବାଦ ଦେଖାଦେଇଛି । ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରି ଜମାଟୋ କହିଛି ଯେ ଉଜ୍ଜେନରେ ଥିବା ମହାକାଳ ମନ୍ଦିରର ଥାଳି କଥା ଆମେ କହୁ ନାହୁଁ । ଉଜ୍ଜେନ୍‌ର ମହାକାଳ ନାମକ ଏକ ରେସ୍ତୋରାଁ ରହିଛି । ଯେଉଁଠି ରେସ୍ତୋରାଁରେ ଖାଦ୍ୟ ତାଲିକାରେ \”ଥାଳି\’ ରହିଛି । ଓ ଏହା ଖୁବ୍ ଲୋକପ୍ରିୟ । ଆଉ ଉଜ୍ଜେନ୍‌ରେ ଥିବା ଏହି ମହାକାଳ ରେସ୍ତୋରାଁ ଆମର ଏକ ବଡ଼ ପାର୍ଟନର । ତେଣୁ ଆମେ ତାକୁ ହିଁ ନଜରରେ ରଖି ବିଜ୍ଞାପନ କରିଛୁ । ଜମାଟୋ ଆହୁରି କହିଛି ଯେ ବିଜ୍ଞାପନ ହେଉଛି ଆମର ପାନ ଇଣ୍ଡିଆ(ଭାରତ ବାହାରେ) ଅଭିଯାନ । ଏଥିରେ ଆମେ ସହରେ ଥିବା ଖୁବ୍ ଲୋକପ୍ରିୟ ରେସ୍ତୋରାଁ ଓ ଏହାର ଖୁବ ପସନ୍ଦଯୋଗ୍ୟ ଖାଦ୍ୟକୁ ଚିହ୍ନଟ କରୁ । ଆଉ ମହାକାଳ ରେସ୍ତୋଁରାକୁ ଏହି ଅଭିଯାନରେ ସାମିଲ କରାଯାଇଛି । ଆମେ ଉଜ୍ଜେନ୍‌ବାସୀଙ୍କର ଭାବନାକୁ ସମ୍ମାନ ଦେଉ । ଆଉ ଯେଉଁ ବିଜ୍ଞାପନ କଥା କୁହାଯାଉଛି ତାହା ଆଉ ଚାଲୁ ନାହିଁ । କାହାର ଭାବନାକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନୁହେଁ । ତେଣୁ ଆମେ ଦାୟିତ୍ୱସମ୍ପନ୍ନ ଭାବେ କ୍ଷମା ମାଗୁଛୁ ।

Leave A Reply

Your email address will not be published.