ଝୁଲି ପଡିଲେ ମହିଳା ସଫ୍ଟୱେର ଇଞ୍ଜିନିୟର ଡାଏରୀ ଖୋଲିବ ଆତ୍ମହତ୍ୟା ରହସ୍ୟ

0 70

ଭୁବନେଶ୍ୱର,୨୧ା୮(ଡିକେ ନ୍ୟୁଜ): ରାଜଧାନୀରେ ମହିଳା ସଫ୍ଟୱେର ଇଞ୍ଜିନିୟରଙ୍କ ଆତ୍ମହତ୍ୟା । ଆପାର୍ଟମେଣ୍ଟରୁ ଜବତ ହେଲା ଡାଏରୀ ଓ ମୋବାଇଲ । ଚାକିରିର ମାନସିକ ଚାପ ନା କେଉଁ ଚାପରେ ଶ୍ୱେତା ଆତ୍ମହତ୍ୟା କଲେ ତାର ତଦନ୍ତ କରୁଛି ପୋଲିସ । ଶୁକ୍ରବାର ରାତିରେ ଶୈଳଶ୍ରୀବିହାରର ଏକ ଆପାର୍ଟମେଣ୍ଟ ରୁମ୍‌ରେ ଆତ୍ମହତ୍ୟା କରିଥିଲେ ଯୁବତୀ । ବେକରେ ଓଢଣୀ ଲଗାଇ ଫ୍ୟାନରେ ସେ ଝୁଲି ପଡିଛନ୍ତି । ମୃତ ଯୁବତୀ ହେଲେ ଶ୍ୱେତା ଉତ୍କଳ କୁମାରୀ । ତାଙ୍କ ଘର ଭଦ୍ରକ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଶ୍ୱେତା ଭୁବନେଶ୍ୱର ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରି କରୁଥିଲେ । ଫୋନ୍ ସୁଇଚ ଅଫ୍‌ ଥିବାରୁ ପରିବାର ଲୋକ ତାଙ୍କ ସହ ଯୋଗାଯୋଗ କରି ପାରିନଥିଲେ । ଏ ନେଇ ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ପରିବାର ଲୋକେ ଖବର ଦେଇଥିଲେ । ପୋଲିସ ଅପାର୍ଟମେଣ୍ଟରୁ ମୃତଦେହ ସହ ଏକ ଡାଏରୀ ଓ ମୋବାଇଲ ଜବତ କରିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୋଲିସ । ତେବେ ପରିବାର ଲୋକଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରିନି । ପୂର୍ବରୁ ଶ୍ୱେତା ଥରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜାଣିବାକୁ ପାଇଛି ପୋଲିସ ।

Leave A Reply

Your email address will not be published.