ଭୁବନେଶ୍ୱରରେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା

0 68

ଭୁବନେଶ୍ୱର, ୨୩ା୮(ଡିକେ ନ୍ୟୁଜ): ରାଜଧାନୀ ଭୁବନେଶ୍ୱରରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଗତ କିଛି ଦିନ ମଧ୍ୟ ଡେଙ୍ଗୁ କାୟାବିସ୍ତାର କରି ଚାଲିଥିବା ବେଳେ ଘରେ ଘରେ ଜ୍ୱର ମାଡିଗଲାଣି । ୩ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ୮୧୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ରେ ୭୬୭ ରୋଗୀ ରହିଛନ୍ତି । ଅବଶିଷ୍ଟ ୫୧ରୋଗୀ ବାଲିଅନ୍ତା, ବାଲିପାଟଣା ଓ ଖୋର୍ଦ୍ଧା ଗ୍ରାମାଞ୍ଚଳରେ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ସବୁଠୁ ଚିନ୍ତାଜନକ ବିଷୟ ହେଉଛି ଗତ ୨୨ ତାରିଖରେ କେବଳ ଭୁବନେଶ୍ୱର ମହାନଗର ନିମଗରେ ୩୨ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି । ଯାହା ରାଜଧାନୀବାସୀଙ୍କ ଚିନ୍ତା ଆହୁରି ବଢିଯାଇଛି । ସେପଟେ ଭୁବନେଶ୍ୱର ୟୁନିଟ୍‌-୯ ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରିଛି । ଘରେ ଘରେ ଜ୍ୱର ମାଡିଗଲାଣି । ପିଏଚ୍‌ଡି ଅଫିସରେ ଏକାଧିକ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହେଲେଣି । ଜଣେ କର୍ମଚାରୀଙ୍କ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ୱାର୍ଡ ନଂ-୨୯ରେ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପ୍ରତି ଘରେ ଜଣେ ଦୁଇଜଣ ରୋଗୀ ଚିହ୍ନଟ ହେଉଛନ୍ତି । ସେହିପରି ୩୫ ନଂ ୱାର୍ଡରେ ମଧ୍ୟ ଏକାଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ପିଏଚ୍‌ଡି ଅଫିସରେ ମାଳ ମାଳ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଜଣେ କର୍ମଚାରୀ ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତିନି ଦିନ ତଳେ ତାଙ୍କର ଦେହାନ୍ତ ହୋଇଛି । ତେବେ ସରକାରଙ୍କ ପାଖରେ ଏହି ତଥ୍ୟ ନାହିଁ । ଡେଙ୍ଗୁ ମୃତ୍ୟୁ ହୋଇଥିବା ନେଇ କୌଣସି ଅଭିଯୋଗ ଆସିନଥିବା ନେଇ ଏଡିୟୁପିଏଚ୍‌ଓ ଅର୍ନ୍ତଯାମୀ ମିଶ୍ର କହିଛନ୍ତି । ସବୁ ସରକାରୀ ଅଫିସ ଏବେ ଡେଙ୍ଗୁ ମଶାଙ୍କ ଆଡ୍ଡା ପାଲଟିଛି । ଫୁଲକୁଣ୍ଡ ଏବଂ ଅନ୍ୟ ଜାଗାକୁ ଠିକ୍ ଭାବେ ସଫା କରାଯାଉନି । ଫଳରେ ବର୍ଷା ପାଣି ଜମିବା ପରେ ଡେଙ୍ଗୁ ମଶା ବଂଶ ବୃଦ୍ଧି ପାଉଛି । ବିଏମ୍ସି ପକ୍ଷରୁ କରାଯାଉଥିବା ସଚେତନତା କିଛି କାମ ଦେଉନି । ରବିବାର ଏବଂ ଗୁରୁବାର କେବଳ ଫଟୋରେ ଡ୍ରାଏ ଡେ ପାଳନ କରା ଯାଉଥିବା ନେଇ ଅଭିଯୋଗ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ୭୬୭ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ସର୍ବାଧିକ ଡେଙ୍ଗୁ ରୋଗୀ ବିଡିଏ କଲୋନୀ ଏବଂ ୟୁନିଟ୍‌-୯ ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି । ସେହିପରି ଚନ୍ଦ୍ରଶେଖରପୁର, ଡମଣା ଅଞ୍ଚଳରେ ମଧ୍ୟ ଏକାଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ବଢୁଥିବା ଡେଙ୍ଗୁରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ସାଙ୍ଗକୁ ଟେଷ୍ଟିଂ କରିବାରେ ଅବହେଳାକୁ ଦାୟୀ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଭୁବନେଶ୍ୱରର ଲୋକ ଯେପର୍ଯ୍ୟନ୍ତ ସଚେତନ ହେଇନାହାନ୍ତି ରୋଗ ହ୍ରାସ କରିବା କଷ୍ଟକର । ବିଏମ୍ସି ଓ ସ୍ୱାସ୍ଥ୍ୟ ବିଭାଗ ମିଶି ଲୋକଙ୍କୁ ସଚେତନ କରୁଛନ୍ତି । ଫଗିଂ, ମଶାତେଲ ପକାଉଛନ୍ତି । ଡ୍ରାଇ ଡେ ମଧ୍ୟ ପାଳନ ହେଉଛି । ବର୍ଷା କମିଲେ ଏ ଉପଦ୍ରବ ବି କମିବ କହିଛନ୍ତି ବିଏମ୍ସି ଜସ୍ୱାସ୍ଥ୍ୟ ଉପନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ମିଶ୍ର । ଡେଙ୍ଗୁ ରୋଗ ଚିହ୍ନଟ ପାଇଁ ସରକାରୀ ନିଦାନ କେନ୍ଦ୍ରରେ ଏଲିସା ପରୀକ୍ଷା ଜରୁରି । ଏହା ନକରି ଲୋକେ ଘରୋଇ ଭାବେ ଟେଷ୍ଟିଂ କରୁଛନ୍ତି । ଯାହା ଆଦୌ ଗ୍ରହଣୀୟ ନୁହେଁ ।

Leave A Reply

Your email address will not be published.