ପଶ୍ଚିମବଙ୍ଗରେ “ଲାଲ୍ ସିଂହ ଚଢ଼ା’ ବ୍ୟାନ୍‌!

0 76

ମୁମ୍ବାଇ, ୨୩ା୮: ରିଲିଜ୍ ହେବା ପୂର୍ବରୁ ବିବାଦ ଘେର ଭିତରେ ରହିଛି ଆମୀର ଖାନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର “ଲାଲ୍ ସିଂହ ଚଢ଼ା’ । ଏହି ଚଳଚ୍ଚିତ୍ରଟିକୁ ଦର୍ଶକ ବୟକଟ୍ କରିଥିବା ବେଳେ ଏହା ଏବେ ପଶ୍ଚିମବଙ୍ଗରେ ବ୍ୟାନ୍ ହୋଇଛି । ଜନସାଧାରଣଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଏହି ଫିଲ୍ମଟି ବିରୋଧରେ ଅଭିଯୋଗ ଆସିବା ପରେ ଏବେ ଏହା ବିରୋଧରେ ଜନ ସ୍ୱାର୍ଥ ମାମଲା ରୁଜୁ ହୋଇଛି । \”ଲାଲ୍ ସିଂହ ଚଢ଼ା\’ ବିରୋଧରେ କୋଲକାତା ହାଇକୋର୍ଟରେ ଜନ ସ୍ୱାର୍ଥ ମାମଲା ରୁଜୁ ହୋଇଛି । ଆମୀରଙ୍କ ଫିଲ୍ମକୁ ନେଇ ଜନ ସ୍ୱାର୍ଥ ମାମଲା ରୁଜୁ ହୋଇଥିବା ବେଳେ ଏହାର ଶୁଣାଣି କରିବେ କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତବ । ଫିଲ୍ମଟିକୁ ପଶ୍ଚିମବଙ୍ଗରେ ପୂରାପୂରି ବ୍ୟାନ୍ କରିବା ପାଇଁ ମାମଲାରେ ଦାବି ହୋଇଛି । ଯଦି ବି ଫିଲ୍ମଟି ପୂରା ବ୍ୟାନ୍ ନହୁଏ ତେବେ ସମସ୍ତ ପ୍ରେକ୍ଷାଳୟ ସମ୍ମୁଖରେ ପୁଲିସ୍ ସୁରକ୍ଷା ଦାବି କରିଛନ୍ତି ଆବେଦନକାରୀ । କାରଣ ଚଳଚ୍ଚିତ୍ରଟି ଦେଖିବା ପରେ ପଶ୍ଚିମବଙ୍ଗର ଶାନ୍ତ-ଶୃଙ୍ଖଳା ଭଙ୍ଗ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ବୟକଟ-ଲାଲ୍‌ସିଂହଚଢ଼ା ହାସ୍‌ଟ୍ୟାଗ୍ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କ ଫିଲ୍ମଟିକୁ ବୟକଟ୍ ନକରିବାକୁ ନିବେଦନ କରିଥିଲେ ଆମୀର ।

Leave A Reply

Your email address will not be published.