ମାତ୍ର ୯ ସେକେଣ୍ଡରେ ମାଟିରେ ମିଶିଲା ଟ୍ୱିନ୍ ଟାୱାର

0 66

ନୂଆଦିଲ୍ଲୀ, ୨୮ା୮: ସାଏଇନ୍‌, ବିସ୍ଫୋରଣ ଆଉ ଧୂଆଁ । ମାଟିରେ ମିଶିଲା ବିବାଦୀୟ ଟ୍ୱିନ୍ ଟାୱାର୍ । ନିମିଷେକରେ ହେଲା ଧୂଳିସାତ୍ । ୩୦୦ କୋଟି ଟଙ୍କାର ଏହି ଟ୍ୱିନ୍ ଟାୱାର୍ ମାତ୍ର ୯ ସେକେଣ୍ଡରେ ଦେଖୁ ଦେଖୁ ହୋଇଗଲା ଧ୍ୱଂସ । ସାଇରନ୍‌ ବାଜିବା ପରେ ବିସ୍ଫୋରଣ କରି ଉଡାଇ ଦିଆଯାଇଛି ନଏଡାର ସେକ୍ଟର ୯୩-ଏ ଅଞ୍ଚଳରେ ବେଆଇନ୍ ତିଆରି ହୋଇଥିବା ଟ୍ୱିନ୍ ଟାୱାର୍ । ଟ୍ୱିନ୍ ଟାୱାରର ଧ୍ୱଂସ ହେବା ପରେ ଧୂଳିର ଏକ ବିରାଟ ବାଦଲ ପୂରା ପରିବେଶରେ ଖେଳିଯାଇଛି । କୁହାଯାଉଛି ଯେ ଧୂଳିର ଆସ୍ତରଣ ପ୍ରାୟ ଦୁଇ ଘଣ୍ଟା ବାୟୁରେ ରହିବ । ବିଲ୍ଡିଂକୁ ବିସ୍ଫୋରଣ କରିବା ପୂର୍ବରୁ ଆଖପାଖର ଲୋକଙ୍କୁ ହଟାଇ ଦିଆଯାଇଛି । ସ୍ୱାସ୍ଥ୍ୟଗତ ଜରୁରିକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ତିନୋଟି ହସ୍ପିଟାଲକୁ ଆଲର୍ଟ କରାଯାଇଛି । ବିସ୍ଫୋରଣ ହୋଇଥିବା ଜୋନରେ ୫୬୦ ପୋଲିସ କର୍ମଚାରୀ, ୧୦୦ ଜଣ ରିଜର୍ଭ ଫୋର୍ସ ଏବଂ ୪ଟି କ୍ୱିକ୍ ସେସପନ୍ସ ଟିମ୍‌ ସମେତ ଏନ୍‌ଡିଆରଏଫ୍ ଦଳ ନିୟୋଜିତ ହୋଇଛି । ଉଭୟ ଟାୱାର କୁତୁବ୍‌ ମୀନାରଠାରୁ ମଧ୍ୟ ଉଚ୍ଚ ଥିଲା । ଏହି ଟ୍ୱିନ୍‌ ଟାୱାର୍କୁ “ୱାଟରଫଲ୍ଇ ମ୍ପେ୍ଲାଜନ ‘ ଟେକ୍ନିକ୍‌ ବ୍ୟବହାର କରି ଭଙ୍ଗା ଯାଇଛି । ଆଖପାଖ ଅଞ୍ଚଳର ଲୋକଙ୍କୁ ଖାଲି କରାଯାଇଛି । କେବଳ ଲୋକେ ନୁହନ୍ତି ବୁଲା କୁକୁରମାନଙ୍କୁ ରକ୍ଷା କରିବା ପାଇଁ ମଧ୍ୟ ବଡ ପଦକ୍ଷେପ ନିଆଯାଇଛି । ଅନେକ ଏନ୍‌ଜିଓର କର୍ମକର୍ତ୍ତାମାନେ ଏହି ଅଞ୍ଚଳର କୁକୁରମାନଙ୍କ ଜୀବନ ରକ୍ଷା କରିବା ପାଇଁ ସେମାନଙ୍କୁ ଉଦ୍ଧାର କରି ଅନ୍ୟତ୍ରକୁ ସ୍ଥାନାନ୍ତର କରିଛନ୍ତି । ଏହି ଟାୱାର ପାଇଁ ବିସ୍ଫୋରକ ଯୋଗାଇଥିବା କମ୍ପାନୀ ହରିୟାଣାର । ସେହି କମ୍ପାନୀର ଚେତନ ଦତ୍ତଙ୍କ ହାତରେ ବିସ୍ଫୋରଣ କାମ ଶେଷ ହୋଇଛି । ସେ ଗ୍ରୀନ୍ ବଟନକୁ ଦବାଇ ଟାୱାରକୁ ଉଡାଇ ଦେଇଛନ୍ତି । ବିସ୍ଫୋରଣ ପରେ ଏଥିରୁ ୩୫ ହଜାର ଟନ୍‌ ଯାଏଁ ଆବର୍ଜନା ବାହାରିବ । ଯାହାକୁ ସଫା କରିବାକୁ ଅତି କମରେ ୩ ମାସ ସମୟ ଲାଗିବ । ଆଖପାଖ ଅଞ୍ଚଳରେ ଧୂଳି ଓ କଂକ୍ରିଟ ଗୁଣ୍ଡକୁ ଦୂର କରିବା ପାଇଁ ୧୦୦ଟି ପାଣି ଟ୍ୟାଙ୍କରକୁ ନିୟୋଜିତ କରାଯାଇଛି । ଏଥିସହ ୧୫ଟି ଆଣ୍ଟି ସ୍ମଗ ଗନ୍‌, ୬ଟି ମେକାନିକାଲ ସ୍ପିପିଂ ମେସିନ୍‌, ପ୍ରାୟ ୨୦୦ ଜଣ ସଫେତ କର୍ମଚାରୀ ଓ ୨୦ଟି ଟ୍ରାକ୍ଟର ନିୟୋଜିତ କରାଯାଇଛି । କେବଳ ସେତିକି ନୁହେଁ ବିଲ୍ଡିଂ ଧ୍ୱଂସ ପରେ ଆଖପାଖରେ ଥିବା ଗଛରେ ଜମିଥିବା ଧୂଳିକୁ ତୁରନ୍ତ ହଟାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଉଦ୍ୟାନ କୃଷି ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଆସନ୍ତା କିଛି ଦିନ ପାଇଁ ଆଖପାଖ ଅଞ୍ଚଳରେ ପାଣି ସିଞ୍ଚନ ଜାରି ରଖାଯିବ ବୋଲି ସୂଚନା ମିଳିଛି । ସେପଟେ ବାୟୁ ପ୍ରଦୂଷଣ ରୋକିବାକୁ ୬ଟି ସ୍ଥାନରେ ମାନୁଆଲ ଏମ୍ବିଏଣ୍ଟ ଏୟାର କ୍ୱାଲିଟି ମନିଟରିଂ ଷ୍ଟେସନ ସ୍ଥାପନ କରାଯାଇଛି । ଯାହା ମାଧ୍ୟମରେ ପବନର ଗୁଣବତ୍ତା ମପାଯାଇ ପାରିବ । ଏହାସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ କିଛିଦିନ ପାଇଁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଏହି ଟ୍ୱିନ୍ ଟାୱାରକୁ ଭାଙ୍ଗିବା ପାଇଁ ୩୭୦୦ କିଲୋଗ୍ରାମ ବାରୁଦ ବ୍ୟବହାର କରାଯାଉଛି । ଏଥିପାଇଁ ୧୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅଟ୍ଟାଳିକାକୁ ଭାଙ୍ଗିବା ପାଇଁ ଏଡିଫାଇସ୍ ଇଞ୍ଜିନିୟରିଂ ୭ ମାସର କସରତ କରିଛି । ଗୋଟିଏ ମାସ କେବଳ ପ୍ଲାନିଂ କରାଯାଇଥିଲା । ଆଉ ୬ ମାସ ବିସ୍ଫୋରକ ଖଞ୍ଜିବା ଓ ଅନ୍ୟ କାମ କରାଯାଇଛି । ଏହି ଟ୍ୱିନ୍ ଟାୱାରକୁ ନିର୍ମାଣ କରିଥିବା କମ୍ପାନୀ ହେଉଛି ସୁପରଟେକ୍ କମ୍ପାନୀ । ଯାହାର ମାଲିକ ହେଉଛନ୍ତି ଆର.କେ ଅରୋଡା । ତେବେ ଆର.କେ ଅରୋଡା ହେଉଛନ୍ତି ୩୪ଟି କମ୍ପାନୀର ମାଲିକ । ସିଭିଲ ଏଭିଏସନ୍ ସହ କନସଲଟାନ୍ସି, ବ୍ରୋକିଙ୍ଗ୍‌, ଫିଲ୍ମସ, ହାଉସିଂ ଆଦି ଜଗତରେ ମଧ୍ୟ ସେ ନିଜର ପରିଚିତି ହାସଲ କରିଛନ୍ତି । ୧୯୯୫ ମସିହାରେ ଆରକେ ଅରୋଡା ଏହି କମ୍ପାନୀର ଆରମ୍ଭ କରିଥିଲେ ।

Leave A Reply

Your email address will not be published.