ଗୁଣୁପୁରର ଦୁଇ ଲଜ୍‌ରେ ସେକ୍ସ ରାକେଟ୍ ଠାବ: ୫ ଗିରଫ

0 72

ରାୟଗଡ଼ା, ୨୮ା୮(ଡିକେ ନ୍ୟୁଜ): ରାୟଗଡା ଜିଲ୍ଲା ଗୁଣୁପୁର ଲଜ୍‌ରେ ଚାଲିଥିଲା ସେକ୍ସ ର‌୍ୟାକେଟ୍ । ବିଶେଷ ସୁତ୍ରରୁ ଖବର ପାଇ ଚଢାଉ କରିଥିଲା ପୋଲିସ । ଦୁଇ ଲଜ୍‌ରୁ ଦୁଇ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ଦୁଇଟି ଲଜ୍‌ର ମାଲିକ ମ୍ୟାନେଜର ସମେତ ଦୁଇ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ । ସମୁଦାୟ ପାଞ୍ଚ ଜଣକୁ ଗିରଫ କରିଛି ପୋଲିସ । ଚଢାଉ କରି ୧୦ ହଜାର ଟଙ୍କା ସହ ଦୁଇଟି ମୋବାଇଲ କିଛି ଆପତ୍ତି ଜନକ ସାମଗ୍ରି ଜବତ କରିଛି । ଏହି ଦୁଇ ଲଜ୍ ଭାନୁ ଲଜ୍ ଓ ଆର୍ କେଏସ୍ ଦୁଇ ଲଜ୍ ହୋଇଥିବା ବେଳେ ଗିରଫ ବ୍ୟକ୍ତିମାନେ ହେଲେ ବାବୁରାଓ, ପ୍ରଭାକର ସାବତ, ସୁସାନ୍ତ ପରିଡା, ସନ୍ତୋଷ ସାହୁ ଏବଂ ସନ୍ତୋଷ କୁମାର ମହାପାତ୍ର । ଏମାନଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ପୋଲିସ । ଏହି ସେକ୍ସ ର‌୍ୟାକେଟ୍ ବେଳେ ଚଢାଉ ହେବା ପରେ ଏବେ ନାମୀଦାମୀ ଲଜ୍‌ମାନଙ୍କ ମଧ୍ୟରେ ଛନକା ପଶିଛି । ଏ ନେଇ ଗୁଣୁପୁର ପୋଲିସ ଆଇଆଇସି ଆଶ୍ରିତା ଖଲକୋ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.