ନବୀନଙ୍କୁ ଲାଇଫ୍ ଟାଇମ୍ ଆଚିଭ୍‌ମେଣ୍ଟ ଆୱାଡ

0 65

ଭୁବନେଶ୍ୱର, ୨୯ା୮(ଡିକେ ନ୍ୟୁଜ): ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ । ଉଲ୍ଲେଖନୀୟ ନେତୃତ୍ୱ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଏହି ସମ୍ମାନ ମିଳିବ । ଆସନ୍ତା ସେପ୍ଟେମ୍ବର ୪ରେ ମୁଖ୍ୟମନ୍ତ୍ରୀଙ୍କୁ କରାଯିବ ସମ୍ମାନିତ । ପୂର୍ବତନ ମୁଖ୍ୟ ବିଚାରପତି ଏନ.ଭି ରମନ୍ନା ଏହି ସମ୍ମାନ ପ୍ରଦାନ କରିବେ । ସମ୍ମାନ ପ୍ରଦାନ ଉତ୍ସବରେ ଜଷ୍ଟିସ ଏ.କେ ପଟ୍ଟନାୟକ ଉପସ୍ଥିତ ରହିବେ । ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ନବୀନଙ୍କ ନେତୃତ୍ୱରେ ୨ ଦଶନ୍ଧିରେ ଓଡ଼ିଶା ବିକାଶର ଶୀର୍ଷ ଛୁଇଁଛି । ତାଙ୍କର ସାଧାରଣ ଜୀବନଶୈଳୀ ଓ ଉଦାରତା ଲୋକଙ୍କ ହୃଦୟକୁ ଜିତିଛି । ସୂଚନାଯୋଗ୍ୟ ଯେ, ଆସନ୍ତା ୩୧ତାରିଖରୁ ୬ ତାରିଖ ଯାଏ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୧ ତାରିଖ ଦିନ ୯ଟା ୫୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରୁ ଦିଲ୍ଲୀ ଅଭିମୁଖେ ବାହାରିବେ । ମଧ୍ୟାହ୍ନ ୧୨ଟାରେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବେ । ସେଦିନ ଅପରାହ୍ଣ ୫ଟାରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ୧୬ଟି ଦେଶର ପ୍ରତିନିଧିଙ୍କ ସହ କଥା ହେବେ । ଓଡ଼ିଶାରେ ପୁଞ୍ଜିନିବେଶ କଲେ କ\’ଣ ସୁବିଧା ଦିଆଯାଉଛି ସେନେଇ ନିବେଶକଙ୍କୁ ବିସ୍ତୃତ ଭାବେ ଜଣାଇବେ ମୁଖ୍ୟମନ୍ତ୍ରୀ । ମେକ ଇନ୍ ଓଡ଼ିଶା ପାଇଁ ପ୍ରଥମେ ଦୁବାଇ, ପରେ ଅହମ୍ମଦାବାଦ, ଏବେ ଦିଲ୍ଲୀରେ ହେବାକୁ ଯାଉଛି ଇନ୍‌ଭେଷ୍ଟର୍ସ ମିଟ୍ । ଏଥିରେ ଦିଲ୍ଲୀ ଆଖପାଖର ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଏହି ନିବେଶ ସମାବେଶର ବିଜିନେସ ପାର୍ଟନର ହୋଇଛି ଫିକି । ଦୁବାଇରୁ ୨୧ ହଜାର ୩ ଶହ କୋଟି ଟଙ୍କାର ପୁଞ୍ଜି ଆସିଛି । ଅନେକ ଶିଳ୍ପପତିମାନେ ୨୦୧୬ରୁ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ସହ ଯୋଡି ହୋଇଛନ୍ତି । ଓଡ଼ିଶାରେ ବ୍ୟାପକ ପୁଞ୍ଜି ନିବେଶ ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ବେକାରୀ ସମସ୍ୟା ଦୂର ହେବ । ୧ରୁ ୩ ତାରିଖ ଯାଏ କେନ୍ଦ୍ରରେ ପଡ଼ିଥିବା ପ୍ରକଳ୍ପ ସଂପର୍କରେ ଆଲୋଚନା କରିବେ । ୪ ତାରିଖରେ ନୂଆଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନରୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ଗ୍ରହଣ କରିବେ । ୫ ତାରିଖରେ ମଧ୍ୟ କେନ୍ଦ୍ରରେ ବକେୟା ପ୍ରକଳ୍ପ ସଂପର୍କରେ ଆଲୋଚନା କରିବା ସହ ୬ ତାରିଖରେ ଓଡ଼ିଶା ଫେରିଆସିବେ ।

Leave A Reply

Your email address will not be published.