ବିଜୁ କ୍ରୀଡ଼ା ସମ୍ମାନ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

0 66

ଭୁବନେଶ୍ୱର, ୨୯ା୮(ଡିକେ ନ୍ୟୁଜ): କ୍ରୀଡା ଦିବସ ଅବସରରେ ବିଜୁ କ୍ରୀଡା ସମ୍ମାନ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଲାଇଫ ଟାଇମ ଆଚିଭ୍‌ମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି । ସେହିପରି କ୍ରୀଡାରେ ଉତ୍ତମ ପ୍ରଦର୍ଶନ ପାଇଁ ଝିଲ୍ଲୀ ଦଳବେହେରା ଓ ଶ୍ରେଷ୍ଠ କୋଚିଂ ପାଇଁ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ସମ୍ମାନିତ କରାଯାଇଛି । ଖେଳ ହେଉଛି ବ୍ୟାୟାମର ପ୍ରକୃଷ୍ଟ ମାଧ୍ୟମ । ଆଗାମୀ ଦିନରେ ଓଡ଼ିଶା ଖେଳ ଡେଷ୍ଟିନେସନ୍ ହେବାକୁ ଯାଉଛି । କ୍ରୀଡା ଦିବସ ଅବସରରେ ସମସ୍ତ ଖେଳାଳୀ ଓ କ୍ରୀଡାବିତ୍‌ଙ୍କୁ ଅଭିନନ୍ଦନ ଜଣାଉଛି । ବିଭିନ୍ନ କ୍ଷେତ୍ରରରେ ଓଡ଼ିଶା ପାଇଁ ଗର୍ବ ଆଣିଥିବାରୁ ସଭିଙ୍କୁ ଅଭିନନ୍ଦନ । ରାଜ୍ୟ ସରକାର ସବୁବେଳେ ଖେଳାଳିଙ୍କୁ ପ୍ରୋତ୍ସାହନ ଦେଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରାବଣୀ ନନ୍ଦ, ଦୂତି ଚାନ୍ଦ ଓ ପଦ୍ମିନୀ ରାଉତଙ୍କୁ ୭.୫ ଲକ୍ଷ ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି । ବିଜୁ ପଟ୍ଟନାୟକ ସାହସିକତା ସମ୍ମାନରେ ଶିଶୁ ଶୁଭଶ୍ରୀ ରାଉତଙ୍କୁ ସମ୍ମାନିତ କରାଯାଇଛି । କ୍ରୀଡା ସାମ୍ବାଦିକତା ପାଇଁ ବେଣୁଧର ଦାସଙ୍କୁ ପୁରସ୍କାର ଦିଆଯାଇ ଥିବାବେଳେ କ୍ରୀଡାକୁ ପ୍ରୋତ୍ସାହନ ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ପୁରସ୍କାର ଦିଆଯାଇଛି । ତେବେ ପାଞ୍ଚବର୍ଷ ପରେ ଜଣେ କ୍ରୀଡ଼ା ସାମ୍ବାଦିକ ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି । ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ କୌଣସି କ୍ରୀଡ଼ା ସାମ୍ବାଦିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇ ନଥିଲା । ଏହାପୂର୍ବରୁ ୧୯ ଜଣ କ୍ରୀଡ଼ା ସାମ୍ବାଦିକ ଏହି ସମ୍ମାନଜନକ ପୁରସ୍କାର ପାଇସାରିଛନ୍ତି । ଆଜି କ୍ରୀଡା ଦିବସ ପାଳିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ସମ୍ମାନ ପ୍ରଦାନ କରିଛନ୍ତି । ରାଜ୍ୟରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଏହି ପୁରସ୍କାର ଘୋଷଣା କରିଛନ୍ତି ।

Leave A Reply

Your email address will not be published.