ଦେଶରେ ଝାଡ଼ଖଣ୍ଡ ସବୁଠୁ ଅଧିକ ଦଙ୍ଗାଗ୍ରସ୍ତ ରାଜ୍ୟ

0 68

ରାଞ୍ଚୀ, ୩୧ ।୮: ଦେଶର ସବୁଠୁ ଅଧିକ ଦଙ୍ଗା ଝାଡ଼ଖଣ୍ଡରେ ହୋଇଥାଏ । ନ୍ୟାସନାଲ କ୍ରାଇମ ରୋକର୍ଡ ବ୍ୟୁରୋ (ଏନସିଆରବି) ୨୦୨୧ ରିପୋର୍ଟରେ ଏହି ସୂଚନା ଦେଇଛି । ଏନସିଆରବିଙ୍କ ତଥ୍ୟ ଅନୁସାରେ ସାରା ଦେଶରେ ୨୦୨୧ ମସିହାରେ ମୋଟ ୩୭୮ଟି ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା । ଏଥିରୁ କେବଳ ଝାଡଖଣ୍ଡରେ ୧୦୦ ଦଙ୍ଗା ହୋଇଥିଲା । ଝାଡଖଣ୍ଡ ପଛକୁ ଦ୍ୱିତୀୟ ସ୍ଥାନରେ ମହାରାଷ୍ଟ୍ର ରହିଥିବା ବେଳେ ତୃତୀୟ ସ୍ଥାନରେ ରହିଛି ବିହାର । ୨୦୨୧ ମସିହାରେ ମହାରାଷ୍ଟ୍ରରେ ମୋଟ ୭୭ଟି ସାମ୍ପ୍ରଦାୟିକ ଦଙ୍ଗା ହୋଇଥିବା ବେଳେ ଏହି ସମୟରେ ବିହାରରେ ୫୧ଟି ଦଙ୍ଗା ମାମଲା ସମ୍ନାକୁ ଆସିଥିଲା । ଦଙ୍ଗା ମାମଲାରେ ହରିୟାଣା ଚତୁର୍ଥ ସ୍ଥାନରେ ଥିବା ବେଳେ ଏହି ସମୟରେ ଏଠାରେ ସାମ୍ପ୍ରଦାୟିକ ଦଙ୍ଗାର ୪୦ଟି ଘଟଣା ଘଟିଥିଲା । ଏନସିଆରବି ରିପୋର୍ଟରେ ସାମ୍ପ୍ରଦାୟିକ ଦଙ୍ଗା ମାମଲାରେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ସଂଯୁକ୍ତ ପଞ୍ଚମ ସ୍ଥାନରେ ରହିଛନ୍ତି । ଉଭୟ ରାଜ୍ୟରେ ୨୦୨୧ ମସିହାରେ ୨୨ଟି ଲେଖାଏଁ ଦଙ୍ଗା ହୋଇଥିଲା । ଏନସିଆରବିଙ୍କ ତଥ୍ୟ ଅନୁସାରେ ଝାଡଖଣ୍ଡରେ ହୋଇଥିବା ଦଙ୍ଗା ମାମଲା ଗୁଡିକର ୮୦ ପ୍ରତିଶତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବାକି ୨୦ ପ୍ରତିଶତ ଏବେବି ଫେରାର ଅଛନ୍ତି । ୨୦୨୧ ମସିହାରେ ବିଭିନ୍ନ ଦଙ୍ଗା ମାମଲାରେ ଝାଡଖଣ୍ଡ ପୋଲିସ ୨ହଜାରରୁ ଅଧିକ ଲୋକଙ୍କ ଗିରଫ କରିଥିଲା । ତେବେ କେବଳ ୨୦୨୧ ନୁହେଁ ୨୦୨୨ରେ ମଧ୍ୟ ଝାଡଖଣ୍ଡରେ ଦଙ୍ଗା ହୋଇଛି । ଏହି ସମୟରେ ରାଜଧାନୀ ରାଞ୍ଚୀ ସମେତ ବିଭିନ୍ନ ସହରରେ ଦଙ୍ଗା ହୋଇଥିଲା । ରାଞ୍ଚୀରେ ଜୁନ ୧୦ ତାରିଖ ଦିନ ହୋଇଥିବା ଦଙ୍ଗାରେ ପୋଲିସକୁ ଗୁଳି ଚାଳନା କରିବାକୁ ପଡିଥିଲା । ଫଳରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ମାମଲାର ତଦନ୍ତ ଏବେବି ଜାରି ରହିଛି । ତେବେ ଏନସିଆରବି ତଥ୍ୟରେ ୨୦୨୨ର ଦଙ୍ଗା ରିପୋର୍ଟ ଉଲ୍ଲେଖ ନାହିଁ । ତେବେ ରିପୋର୍ଟରେ ବର୍ଷକ ପୂର୍ବର ତଥ୍ୟ ଜାରି କରାଯାଇଥାଏ ।

Leave A Reply

Your email address will not be published.