ରେଜରପେ, ପେଟିଏମ୍‌ ଓ କ୍ୟାସଫ୍ରି ଅଫିସ୍‌ରେ ଇଡିର ଚଢ଼ଉ

0 70

ନୂଆଦିଲ୍ଲୀ: ଚୀନର ଲୋକଙ୍କ ଦ୍ୱାରା ବେଆଇନ ଲୋନ୍‌ ଆପ୍‌ ମାଧ୍ୟରେ ହୋଇଥିବା ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେଜରପେ, ପେଟିଏମ୍‌ ଏବଂ କ୍ୟାସଫ୍ରି ଭଳି ଅନଲାଇନ ପେମେଣ୍ଟ୍‌ ଗେଟୱେ ସଂସ୍ଥାର ଠିକଣାରେ ଚଢ଼ଉ କରିଛି । ବେଙ୍ଗାଲୁରୁରେ ୬ଟି ସ୍ଥାନରେ ଏହି ଚଢ଼ଉ ହୋଇଛି । ଚଢ଼ଉ ଜାରି ରହିଛି ଏବଂ ଚୀନ ଲୋକଙ୍କ ଦ୍ୱାରା ପରିଚାଳିତ ହେଉଥିବା ବ୍ୟାଙ୍କ ଆକାଉଣ୍ଟ ଏବଂ ମର୍ଚ୍ଚାଣ୍ଟ ଆଇଡିରୁ ୧୭ କୋଟି ଟଙ୍କା ଜବତ ହୋଇଛି । ଭାରତୀୟଙ୍କ ନାମରେ ନକଲି ପରିଚୟପତ୍ର ସୃଷ୍ଟି କରାଯାଇ ଚୀନ ନାଗରିକମାନେ ଠକେଇ କରିଛନ୍ତି ଇଡି ଯୁକ୍‌ତି ଦର୍ଶାଇଛି । ଉପରୋକ୍ତ ୩ଟି ସଂସ୍ଥାର ପ୍ରତିଷ୍ଠାନ ସମେତ ଚୀନ ଲୋକଙ୍କ ଦ୍ୱାରା ପରିଚାଳିତ ପ୍ରତିଷ୍ଠାନକୁ ମଧ୍ୟରେ ଚଢ଼ଉରେ ସାମିଲ କରାଯାଇଛି ।

Leave A Reply

Your email address will not be published.