ମିଶନ ୨୦୨୪ ପାଇଁ ବିଜେଡିର ବ୍ଲୁ ପ୍ରିଣ୍ଟ ଗାଁ ଗାଁରେ ପହଞ୍ôଚବ ବିକାଶର ବାର୍ତ୍ତା

0 61

ଭୁବନେଶ୍ୱର, ୭ା୯ (ଡିକେ ନ୍ୟୁଜ୍‌): ୨୦୨୪ ମିଶନ ପାଇଁ ବିଜେଡି ଏବେଠାରୁ ଲାଗିପଡ଼ିଛି । ଦଳର କ’ଣ ରହିବ ଏଜେଣ୍ଡା, କେଉଁ ମୁଦ୍ଦାକୁ ଧରି ଲୋକଙ୍କ ପାଖକୁ ଯିବେ । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଫର୍ମୂଲାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳିବା ପରେ ଉତ୍ସାହିତ ହୋଇପଡ଼ିଛନ୍ତି ବିଜେଡିର କର୍ମୀ ଓ ନେତା । ଗତକାଲି ରୋଡ୍‌ ଶୋ’ରୁ ମିଳିଛି ପ୍ରମାଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ନୂଆଦିଲ୍ଲୀରୁ ଫେରିବା ପରେ ରାଜଧାନୀରେ ଯେଉଁ ମାହୋଲ ସୃଷ୍ଟି ହେଲା, ସେ ମାହୋଲକୁ ଏବେ ଗାଁ ଗାଁକୁ ନେବା ପାଇଁ ବିଜେଡି ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ । ସେଥିପାଇଁ ଆଜି ବିଜେଡିର ବରିଷ୍ଠ ନେତାଙ୍କୁ ନେଇ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ବୈଠକର ନିଷ୍ପତ୍ତି ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ବିକାଶ ମଡେଲକୁ ନେଇ ଗାଁ ଗାଁକୁ ଯିବେ ନେତା ଓ କର୍ମୀ । ଏଥିସହିତ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’ରେ ବିରାଟ ଜନଶକ୍ତିକୁ ଦେଖି ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ନୂଆ ଜୋଶ୍‌ ଦେଖିବାକୁ ମିଳିଥିଲା । ତାହା ତୃଣମୂଳସ୍ତରରେ କିପରି ପ୍ରତିଫଳିତ ହେବ ଏହାକୁ ନେଇ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ ହୋଇଛି । ଓଡ଼ିଶାବାସୀଙ୍କ ସେବାରେ ମୁଖ୍ୟମନ୍ତ୍ରୀଙ୍କ ୨୫ବର୍ଷ । ଏହା ଭିତରେ ରାଜ୍ୟରେ ଅନେକ ପରିବର୍ତ୍ତନ ହୋଇଛି । ଏହି ବାର୍ତ୍ତା ଗାଁ ଗାଁରେ ପର୍ଯ୍ୟାୟ କ୍ରମେ ସଂଗଠନ ମାଧ୍ୟମରେ ପହଞ୍ଚାଇବା ପାଇଁ ଦଳ ଯୋଜନା କରିଛି । ଯୁବ, ଛାତ୍ର ଓ ମହିଳା ସଂଗଠନ ମାଧ୍ୟମରେ ନବୀନଙ୍କ ବିକାଶର ବାର୍ତ୍ତା ପହଞ୍ଚାଇବାକୁ ହୋଇଛି ନିଷ୍ପତ୍ତି । ଏହି ପ୍ରସଙ୍ଗରେ ଆଜି ଦଳର ଛାମୁଆ ନେତାଙ୍କୁ ନେଇ ହୋଇଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ ।

Leave A Reply

Your email address will not be published.