ୟୁକ୍ରେନ ଦୁଃସାହସ ଆଗରେ ନଇଁଲା ଋଷିଆ

0 64

ମସ୍କୋ : ଋଷିଆ-ୟୁକ୍ରେନ ଯୁଦ୍ଧକୁ ଇତି ମଧ୍ୟରେ ୭ ମାସ ପୁରିଛି । ଗତ ସପ୍ତାହରେ ୟୁକ୍ରେନ ସେନା ଖାର୍କିଭ ଉପରେ ଦ୍ୱିତୀୟବାର ନିୟନ୍ତ୍ରଣ ସହିତ ବେଶ୍‌ ପ୍ରଗତି ହାସଲ କରିଛି । ଏଥିରେ ଋଷିଆ ଶନିବାର ଖାର୍କିଭରୁ ସେନା ପ୍ରତ୍ୟାହାର ଘୋଷଣା କରିବା ୟୁକ୍ରେନର ବଡ ଉପଲବ୍ଧି ବୋଲି ଏବେ କୁହାଯାଉଛି । ଦୀର୍ଘ ୭ ମାସର ଯୁଦ୍ଧରେ ଋଷିଆ ଏବେ କେବଳ କିଛି ଉପକୂଳ ସହର ଓ ବନ୍ଦର ଉପରେ ନିଜର କର୍ତ୍ତୃତ୍ୱ ଜାହିର କରି ରଖିଥିବାବେଳେ ସେ ସବୁକୁ ମଧ୍ୟ ୟୁକ୍ରେନ ସେନା ପୁଣି ନିଜ ନିୟନ୍ତ୍ରଣକୁ ନେବାରେ ବେଶି ଡେରି ଲାଗିବନି ବୋଲି ଏବେ କୁହାଯାଉଛି । ଋଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ଇଗୋର କୋନାଶ୍ରକୋଭଙ୍କ ଅନୁସାରେ ଖାର୍କିବର ବାଲକଲିୟା ଇଜ୍ୟୁମ ଅଞ୍ଚଳରୁ ହଟା ଯାଇଥିବା ସେନାଙ୍କୁ ପୂର୍ବ ଡୋନେଟସ୍କରେ ମୁତୟନ କରାଯାଉଛି । ତେବେ ଖାର୍କିଭରେ ଇଜ୍ୟୁମ ଋଷିଆର ଏକ ବଡ ସୈନ୍ୟ ଆ‡ା ଭାବେ କାମ କରୁଥିଲା । ଗତ ଦିନରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ବାଲକଲିୟା ଅଞ୍ଛଳରୁ ଋଷିଆ ସେନାର ପ୍ରତ୍ୟାହାରରେ ଲୋକେ ଉତ୍ସବ ପାଳନ କରୁଥିବାର ଦେଖା ଯାଇଥିଲା । ତେବେ କୋନାଶ୍ରକୋଭଙ୍କ ଅନୁସାରେ ଡୋନବାସକୁ ୟୁକ୍ରେନ ନିୟନ୍ତ୍ରଣରୁ ମୁକ୍‌ତ କରିବା କ୍ରମରେ ଋଷିୟ ସୈନିକଙ୍କୁ ଖାର୍କିଭରୁ ହଟା ଯାଇଛି । ଉଲ୍ଲେଖଯୋଗ୍ୟ ଯେ ଋଷିଆ ଡୋନବାସକୁ ସ୍ୱାୟତ୍ତ ସମ୍ପନ୍ନ କ୍ଷେତ୍ର ଘୋଷଣା କରିଛି । ସେପଟେ ୟୁକ୍ରେନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଓଲେହୋ ନିକୋଲେଙ୍କୋ ୟୁକ୍ରେନ ପୁଣି ଥରେ କୁପିୟାଂସ୍କ ଉପରେ ନିଜର ନିୟନ୍ତ୍ରଣ ପୁଣି ପ୍ରାପ୍ତ କରିଥିବା କହିଛନ୍ତି । ଇଜ୍ୟୁମ ପରି କୁପିୟାଂସ୍କ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଣ ଲାଇନ ବୋଲି ନିକୋଲେଙ୍କୋ କହିଛନ୍ତି ।

Leave A Reply

Your email address will not be published.