ଅକ୍ଟୋବର ପହିଲାରୁ ନମ୍ବର ପ୍ଲେଟ୍‌ ଧରପଗଡ଼

0 66

ଭୁବନେଶ୍ୱର, ୧୫ା୯(ଡିକେ ନ୍ୟୁଜ): ଆସନ୍ତା ଅକ୍ଟୋବର ୧ରୁ ଗାଡିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ଯାଞ୍ଚ କଡାକଡି ହେବ । ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି । ଏପ୍ରିଲ ୦୧, ୨୦୧୯ ପୂର୍ବରୁ ପଞ୍ଜିକୃତ ହୋଇଥିବା ପୁରୁଣା ଗାଡ଼ି ଗୁଡ଼ିକ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ନ ଲଗେଇଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୫ ହଜାରରୁ ୧୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଆଦାୟ କରାଯିବ । ଚଳିତ ମାସ ୩୦ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରାଯାଇ ଏପ୍ରିଲ ୦୧, ୨୦୧୯ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ି ଗୁଡ଼ିଙ୍କୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ଲଗେଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଯେଉଁମାନଙ୍କ ଗାଡିର ଶେଷ ନମ୍ବର ୧,୨,୩ କିମ୍ବା ୪ ସେମାନଙ୍କ ପାଇଁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍‌ ଲଗାଇବାର ଶେଷ ତାରିଖ ୩୦ ସେପ୍ଟେମ୍ବର ରହିଛି । ୨୦୧୯ ଏପ୍ରିଲ ୧ତାରିଖ ପୂର୍ବରୁ ପଞ୍ଜିକୃତ ଗାଡ଼ି ପାଇଁ ଗତ ଜୁନ ପହିଲାରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନଙ୍କର ଗାଡ଼ି ନମ୍ବରର ଶେଷ ଅଙ୍କ ୫ ଓ ୬ ରହିଛି ସେମାନଙ୍କ ପାଇଁ ଶେଷ ସୀମା ରହିଛି ଅକ୍ଟୋବର ୩୧ । ଏହାଛଡ଼ା ଶେଷରେ ୭ ଓ ୮ଅଙ୍କ ରହିଥିଲେ ନଭେମ୍ବର ୩୦ ଓ ୯ ଏବଂ ୦ ରହିଥିଲେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ନମ୍ବର ପ୍ଲେଟ ବଦଳାଇବାର ଅବଧି ରହିଛି ।

Leave A Reply

Your email address will not be published.