ଡଲାର ତୁଳନାରେ ଦୁର୍ବଳ ହେଲା ମୁଦ୍ରା ୮୧ ଟଙ୍କା ପାର କଲା ଭାରତୀୟ ଟଙ୍କା

0 55

ନୂଆଦିଲ୍ଲୀ : ଡଲାର ତୁଳନାରେ ଭାରତୀୟ ମୁଦ୍ରା ଆହୁରି ଦୁର୍ବଳ ହୋଇଛି । ଗୋଟିଏ ଡଲାର ତୁଳନାରେ ଭାରତୀୟ ଟଙ୍କା ୮୧ ପାର କରି ଯାଇଛି । ଡର୍ଲା ତୁଳନାରେ ଏବେ ସୁଦ୍ଧା ଏହା ଟଙ୍କାର ସର୍ବନିମ୍ନ ସ୍ତର । ଆଜି ଟଙ୍କାର ମୂଲ୍ୟ ୪୪ପଇସା କମିଛି । ଆମେରିକୀୟ ବ୍ୟାଙ୍କରେ ସୁଧ ହାର ବଢିବା, ରୁଷ-ୟୁକ୍ରେନ୍‌ ସଙ୍କଟ ଏବଂ ମୁଦ୍ରାସ୍ଫିତୀ ରୋକିବାକୁ ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ନେଉଥିବା କଠୋର ପଦକ୍ଷେପ ଭାରତୀୟ ମୁଦ୍ରା ଦୁର୍ବଳ ହେବା ପଛରେ ବଡ କାରଣ ବୋଲି କୁହାଯାଉଛି । ଗତକାଲି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଥିଲା ୮୦.୭୯ । ଆଜି ବଜାର ଖୋଲିବା ବେଳେ ଟଙ୍କାର ମୂଲ୍ୟ ୮୧.୦୮ ଥିବା ବେଳେ ଏହା ଆହୁରି ତଳକୁ ଖସି ୮୧.୨୩ ଛୁଇଁଥିଲା ।

Leave A Reply

Your email address will not be published.