ମହାପ୍ରଭୁଙ୍କୁ ଦର୍ଶନ କଲେ ୫-ଟି ସଚିବ ସୁନ୍ଦରଗଡ଼ରେ ସ୍କୁଲ ପିଲାଙ୍କ ସହ କଥାହେଲେ

0 67

ପୁରୀ, ୨୪ା୯(ଡିକେ ନ୍ୟୁଜ): ପୁରୀ ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ୫-ଟି ସଚିବ । ବେଢ଼ା ପରିକ୍ରମା ସହ ବିଭିନ୍ନ ଦେବାଦେବୀଙ୍କୁ ଦର୍ଶନ କରିଛନ୍ତି । ଏଥିସହ ସେବାୟତଙ୍କ ସହ ଶ୍ରୀମନ୍ଦିର ଉନ୍ନତିକରଣ ନେଇ ମଧ୍ୟ ଆଲୋଚନା କରିଥିବ ଜଣାପଡିଛି । ଏହି ଅବସରରେ ତାଙ୍କ ପତ୍ନୀ ତଥା ମିଶନ ଶକ୍ତିର କମିଶନର ସୁଜାତା ଆର କାର୍ତ୍ତିକେୟନ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ସେହିପରି ସୁନ୍ଦରଗଡ଼ର ବିଭିନ୍ନ ସ୍କୁଲ ରୂପାନ୍ତରିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ସଚିବ । ୧୩ ବ୍ଲକ୍‌ର ବିଭିନ୍ନ ହାଇସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ କଥାବାର୍ତ୍ତା କରିଥିଲେ । ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ୫-ଟି ସଚିବ । ସ୍କୁଲ ହେଉଛି ଆମର ମା’ ଭଳି । ଏହାର ଭିତ୍ତିଭୂମି ସହ ପରିବେଶର ଯତ୍ନ ନେବା ଆବଶ୍ୟକ ବୋଲି ସେ କହିଥିଲେ ।

Leave A Reply

Your email address will not be published.