ଭୁବନେଶ୍ୱର, ୨୫ା୯(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସ୍ପିନ ବୋଲିଂର ଯାଦୁଗର ମୁଥିଆ ମୁରଲୀଧରନ । ଆଜି ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ମୁଥିଆ । ଲିଜେଣ୍ଡ ଲିଗ୍ କ୍ରିକେଟ ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଲିଜେଣ୍ଡସ କ୍ରିକେଟର । ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମ୍ରେ ଭିଲୱାରା କିଙ୍ଗ୍ସ ଓ ମନିପଲ ଟାଇଗର୍ସ ମଧ୍ୟରେ ମ୍ୟାଚ ରହିଛି । ମନିପଲ ଟାଇଗର୍ସ ଦଳରେ ଖେଳୁଥିବା ମୁଥିଆ ମୁରଲୀଧରନ ଏବଂ ଲିଜେଣ୍ଡ ଲିଗ୍ କ୍ରିକେଟର କିଛି ଖେଳାଳି ଏବଂ ପରିଚାଳକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଳାଳି ଓ ଲିଜେଣ୍ଡ ଲିଗ୍ କ୍ରିକେଟ ଆୟୋଜକମାନଙ୍କ ସହ ବେଶ କିଛି ସମୟ ଆଲୋଚନା କରିବା ସହ ଭାରତୀୟ ହକି ଟିମର ଏକ ଜର୍ସି ଉପହାର ଆକାରରେ ଦେଇଥିଲେ ନବୀନ । ସୂଚନାଯୋଗ୍ୟ ସେପ୍ଟେମ୍ବର ୨୬ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ୍ କ୍ରିକେଟର ଏକ ଲିଗ୍ ମ୍ୟାଚ ଖେଳାଯିବ । ଏଥି ପାଇଁ ବାରବାଟୀ ପ୍ରସ୍ତୁତ ହୋଇଯାଇଥିବା ବେଳେ ଆଜି ଅପରାହ୍ଣରେ ଭୁବନେଶ୍ୱରରେ ୨ଟି ଟିମ୍ ଆସି ପହଞ୍ଚିଛନ୍ତି । ଲିଜେଣ୍ଡସ୍ ଲିଗ କ୍ରିକେଟର ୨ଟି ଟିମ୍ ଯଥା ଭିଲ୍ୱାରା କିଙ୍ଗ୍ସ ଓ ମଣିପାଲ ଟାଇଗର୍ସ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ସେମାନେ ସିଧାସଳଖ ହୋଲେଟ ମେ ଫାୟାରକୁ ଯାଇଥିଲେ । ହୋଟେଲରେ ଖେଳାଳିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଖେଳାଳୀଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବସ୍ରେ ମେ’ ଫେୟାର ଓ ହୋଟେଲ ଟ୍ରାଇଡେଣ୍ଟକୁ ନିଆଯାଇଥିଲା । ବାରବାଟୀରେ ଆସନ୍ତା ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନୋଟି ଲିଗ୍ ପର୍ଯ୍ୟାୟ ମ୍ୟାଚ ଖେଳାଯିବ ।