ପୁଞ୍ଜିନିବେଶର ପ୍ରକୃଷ୍ଟ କ୍ଷେତ୍ର ଓଡ଼ିଶା

0 62

ଭୁବନେଶ୍ୱର, ୨୬ା୯(ଡିକେ ନ୍ୟୁଜ): ଓଡ଼ିଶା ସବୁ କ୍ଷେତ୍ରରେ ପ୍ରଗତି କରୁଛି । ରାଜ୍ୟ ରୂପାନ୍ତରଣ ଯାତ୍ରାରେ ରହିଛି । ଦାରିଦ୍ର୍ୟ ଦୂରୀକରଣରେ ଓଡ଼ିଶା ଅଗ୍ରଣୀ ହୋଇପାରିଛି । ଓଡ଼ିଶା ବିକାଶରେ ଉଦ୍ୟୋଗୀ ପ୍ରମୁଖ ଭାଗିଦାରୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଦେଶ ତଥା ରାଜ୍ୟର ଅଗ୍ରଣୀ ଖବର ସରବରାହ ସଂସ୍ଥା ନିଉଜ୍‌ ୧୮-ଓଡ଼ିଆର ଆତ୍ମନିର୍ଭର ଓଡ଼ିଶା-ବିଜନେସ୍‌ ଲିଡର୍ସ ଆୱାର୍ଡ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ବିପର୍ଯ୍ୟୟ ପରି·ଳନାରେ ରାଜ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଉପଯୁକ୍ତ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯାଉଛି । ରାଜ୍ୟରେ ଯୁବପିଢି ଆତ୍ମନିର୍ଭର ହେଉଛନ୍ତି । ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବାରେ ଲାଗିଛି । ଜାତୀୟ ବିକାଶ ଦରଠାରୁ ଓଡ଼ିଶାର ବିକାଶ ଦର ଯଥେଷ୍ଟ ଆଗରେ ରହିଛି । ସାମାଜିକ ଭିତ୍ତିଭୂମି ସହ ଦୃଢ ପ୍ରୋତ୍ସାହନ ଏହା ହାସଲ କରିବାରେ ସହାୟକ ହୋଇଛି । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ ଗଢିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ଏକାଧିକ କାରଣରୁ ଓଡ଼ିଶା ଆଜିb ନିବେଶକମାନଙ୍କ ପୁଞ୍ଜିନିବେଶର ପ୍ରକୃଷ୍ଟ କ୍ଷେତ୍ର ହୋଇପାରିଛି । ପୂର୍ବର ୨ଟି ସଫଳ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ପରେ ରାଜ୍ୟ ତୃତୀୟ ସଂସ୍କରଣ ଆୟୋଜନ ପାଇଁ ଅଗ୍ରସର ହେଉଛି । ଇଜ୍‌ ଅଫ ଡୁଇଙ୍ଗ୍‌ ବିଜନେସରେ ରାଜ୍ୟ ଆଚିଭର୍ସ ବର୍ଗରେ ସାମିଲ ହୋଇପାରିଛି । ରାଜ୍ୟର ମୋଟ ଷ୍ଟାର୍ଟ ଅପ୍‌ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ମହିଳା ଉଦ୍ୟୋଗୀଙ୍କର ଅଟେ । ଇଲେକ୍ଟ୍ରିକ ଏୟାର କ୍ରାପ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହା ଆତ୍ମନିର୍ଭର ଓଡ଼ିଶାର ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେହିପରି ରାଜ୍ୟରେ କିଭଳି ଅଧିକ ପୁଞ୍ଜିନିବେଶ ହେବ ସେଥିପାଇଁ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଭୁବନେଶ୍ୱରରେ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଦୁବାଇ, ଅହମ୍ମଦାବାଦ, ଦିଲ୍ଲୀ ଓ ମୁମ୍ବାଇରେ ଇନ୍‌ଭେଷ୍ଟର୍ସ ମିଟ୍‌ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଆସନ୍ତାକାଲିଠାରୁ ବେଙ୍ଗାଲୁରୁ ଗସ୍ତରେ ଯିବେ । ବେଙ୍ଗାଲୁରୁର ତାଜ ୱେଷ୍ଟ ଏଣ୍ଡ ହୋଟେଲରେ ୨୮ରେ ଓଡ଼ିଶା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ଓଡ଼ିଶାରେ ପୁଞ୍ଜିନିବେଶ ଉପରେ ଶିଳ୍ପପତିମାନଙ୍କୁ ଅବଗତ କରାଇବେ । ଏହି ସମ୍ମିଳନୀରେ ବହୁ ନାମୀଦାମୀ କମ୍ପାନୀର କର୍ତ୍ତୃପକ୍ଷ ଯୋଗଦେବା ସହିତ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିବେ । ବିଶେଷକରି ଆଇଟି, ଶିଳ୍ପ ଓ ଅଟୋମୋବାଇଲ କ୍ଷେତ୍ରରେ ରାଜ୍ୟରେ ଯେପରି ଅଧିକ ପୁଞ୍ଜିନିବେଶ ହୋଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀ ଶିଳ୍ପପତିଙ୍କ ସହ ୱାନ୍‌ ଟୁ ୱାନ୍‌ ଆଲୋଚନା କରିବେ ।

Leave A Reply

Your email address will not be published.