ବ୍ରିଟେନ୍‌ରେ ସୁନକ ରାଜ୍‌ ଆରମ୍ଭ

0 60

ଲଣ୍ଡନ, ୨୫ା୧୦: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି ଋଷି ସୁନକ । ଆଜି ତାଙ୍କୁ ବ୍ରିଟେନର ରାଜା ·ର୍ଲସ ତୃତୀୟ ବିଧିବଦ୍ଧ
ଭାବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ବକିଂହାମ ପ୍ୟାଲେସରେ ଆଜି ସୁନକ ରାଜା ·ର୍ଲସ ତୃତୀୟଙ୍କୁ ଔପ·ରିକ ଭାବେ ସାକ୍ଷାତ କରିଥିଲେ । ସେହିଠାରେ ବ୍ରିଟେନର ଶାସନ ଭାର ତାଙ୍କୁ ରାଜା ହସ୍ତାନ୍ତର କରିଛନ୍ତି । ଭାରତୀୟ ବଂଶୋଦ୍ଭବ ବ୍ରିଟେନ ନାଗରିକ ୪୨ ବର୍ଷୀୟ ସୁନକ ଗତକାଲି ବ୍ରିଟେନର କ୍ଷମତାସୀନ କଞ୍ଜରଭେଟିଭ ପାର୍ଟିର ନେତା ଭାବେ ନିଯୁକ୍ତି ପାଇଥିଲେ । ନିୟମ ଅନୁସାରେ ଶାସକ ଦଳର ନେତା ହିଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ସେହି ଅନୁସାରେ ଋଷି ସୁନକ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି । ୨୦୦ ବର୍ଷର ଇତିହାସ ମଧ୍ୟରେ ସୁନକ ସବୁଠାରୁ କନିଷ୍ଠ ରାଜନେତା ଭାବେ ବ୍ରିଟେନର ଶାସନ ଭାର ସମ୍ଭାଳିବାର ରେକର୍ଡ କରିଛନ୍ତି । ଦାୟିତ୍ୱ ନେବା ପରେ ସେ ଦେଶର ଅର୍ଥନୀତିକୁ ସଜାଡ଼ିବାକୁ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି, ଆମ ଦେଶ ବର୍ତ୍ତମାନ ସାଂଘାତିକ ଅର୍ଥନୀତିକ ସମସ୍ୟା ଦେଇ ଗତି କରୁଛି । କଠିନ ଓ କଷ୍ଟଦାୟକ ନିଷ୍ପତ୍ତି ଆଗକୁ ଆସିବ । ସୁନକ ପୂର୍ବରୁ ବୋରିସ ଜନସନଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିଲେ । ବିବାଦ କାରଣରୁ ଜନସନ ଇସ୍ତଫ ଦେବାରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ହୋଇଥିଲା । ସୁନକଙ୍କୁ ହରାଇ ଲିଜ୍‌ ଟ୍ରସ୍‌ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିଲେ । କିନ୍ତୁ ଶପଥ ନେବାର ୪୫ ଦିନ ପରେ ସେ ଦେଶର ଅର୍ଥନୀତି ଓ ନିଜର ପ୍ରତିଶ୍ରୁତି ପୂରଣ କରିନପାରିବାରୁ ଇସ୍ତଫା ଦେଇଥିଲେ । ସେ ଇସ୍ତଫା ଦେବା ପରେ ସୁନକ ପ୍ରଧାନମନ୍ତ୍ରୀ ପଦ ପାଇଛନ୍ତି । ଆଜି ଲିଜ ଟ୍ରସ୍‌ ମଧ୍ୟ ରାଜା ·ର୍ଲସ ତୃତୀୟଙ୍କୁ ଭେଟିଥିଲେ । ଏହି ସମୟରେ ସେ ନିଜର ଇସ୍ତଫାପତ୍ର ରାଜାଙ୍କୁ ଦେଇଥିଲେ । ଏଥିସହ ନିଜର ବିଦାୟୀ ଭାଷଣରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସଫଳତା କାମନା କରିଥିଲେ ।

Leave A Reply

Your email address will not be published.