ଛିଣ୍ଡିଲା ଝୁଲା ପୋଲ: ୧୩୪ ମୃତ

A view shows a damaged part of a suspension bridge after it collapsed in Morbi town in the western state of Gujarat, India, October 30, 2022. REUTERS/Stringer
0 71

ଅହମ୍ମଦାବାଦ, ୩୦ା୧୦: ଗୁଜୁରାଟ ମୋରବିରେ ବଡ଼ ଅଘଟଣ ଘଟିଛି । ମଚ୍ଛୁ ନଦୀରେ ଝୁଲପୋଲ ଭୁଶୁଡ଼ି ପଡ଼ିବା ଫଳରେ ୪୦୦ରୁ ଊଦ୍ଧ୍ୱର୍ ଲୋକ ନଦୀ ଭିତରକୁ ଖସି ପଡ଼ିଥିବା ଆଶଙ୍କା କରାଯାଉଛି । ଏମାନଙ୍କ ଭିତରୁ ଅନେକ ପାଣି ଭିତରେ ବୁଡ଼ି ଯାଇଛନ୍ତି । ତେବେ ୭୦ରୁ ଅଧିକ ଲୋକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ପରିବାରକୁ ଗୁଜରାଟ ସରକାର ୪ଲକ୍ଷ ଲେଖାଏଁ ଏବଂ ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୨ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ଆହତଙ୍କୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା ହୋଇଛି । ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ଘଟଣା ସ୍ଥଳରେ ପହଞ୍ôଚଛନ୍ତି । ବର୍ତ୍ତମାନ ସୁଦ୍ଧା ୭୦ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଝୁଲପୋଲରେ ଛଟ୍‌ ପର୍ବ ପାଳନ ପାଇଁ ଲୋକେ ଜମା ହୋଇଥିଲେ । ଏହି ସମୟରେ ହଠାତ୍‌ ପୋଲଟି ଭୁଶୁଡି ପଡ଼ିଥିଲା । ତେଣୁ ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌, ଅଗ୍ନିଶମ ବାହିନୀ, ପ୍ରଶାସନ ଓ ସ୍ଥାନୀୟ ଲୋକ ପହଞ୍ôଚ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ରାତି ହୋଇଥିବାରୁ ରେସ୍କ୍ୟୁ ଅପରେସନ୍‌ରେ ବାଧା ଉପୁଜିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିବା ସହିତ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟେଲଙ୍କ ସହିତ ଫୋନ୍‌ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପୋଲଟି ବହୁ ପୁରୁଣା ହୋଇଥିବାରୁ ଏହାକୁ ପ୍ରାୟ ୬ମାସ ହେଲା ବନ୍ଦ କରି ରଖାଯାଇଥିଲା । ମରାମତି ପରେ ୩ଦିନ ତଳେ ଏହି କେବୁଲ୍‌ ବ୍ରିଜ୍‌କୁ ଖୋଲା ଯାଇଥିଲା ।

Leave A Reply

Your email address will not be published.