୨୦୨୩ରେ ରିଲିଜ୍‌ ହେବ “ଭୋଲା’

0 83

ମୁମ୍ବାଇ ୦୨ ।୧୧: ବଲିଉଡର ସିଙ୍ଘମ୍‌ ଅଜୟ ଦେବଗନ । ବହୁତ ବିବାଦ ପରେ ଶେଷରେ ରିଲିଜ୍‌ ହୋଇଥିଲା ଫିଲ୍ମ “ଥାଙ୍କ ଗଡ୍‌ । ହେଲେ ବକ୍ସ ଅଫିସରେ ତାହା ବି ଫ୍ଲପ୍‌ ହୋଇଥିଲା । ୨୫ ଅକ୍ଟୋବର ୨୦୨୨ ରେ ପ୍ରେକ୍ଷାଳୟରେ ମୁକ୍ତ୍‌ିଲାଭ କରିଥିବା ଏହି ଚଳଚ୍ଚିତ୍ରରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ରକୁଲ ପ୍ରୀତ ସିଂ ମଧ୍ୟ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଇନ୍ଦ୍ର କୁମାର । ଏହି ସମୟରେ ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ “ଭୋଲା’ର ଏକ ନୂଆ ଅପଡେଟ୍‌ ସାମ୍ନାକୁ ଆସିଛି । ଅଜୟ ଦେବଗାନଙ୍କ ବ୍ୟତୀତ ଏହି ଫିଲ୍ମରେ ତବୁ ମଧ୍ୟ ଅଭିନୟ କରିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଫିଲ୍ମରେ ଆଉ ଜଣେ ଅଭିନେତ୍ରୀ ଏଣ୍ଟ୍ରି କରିବେ । ଅଜୟଙ୍କ ଫିଲ୍ମ “ଭୋଲା’ର ସୁଟିଂ ମୁମ୍ବାଇରେ ଚାଲିଛି । ପିଙ୍କଭିଲ୍ଲାଙ୍କ ରିପୋର୍ଟ ଅନୁଯାୟୀ ସାଉଥ୍‌ ଅଭିନେତ୍ରୀ ଅମାଲା ପାଲ ନଜର ଆସିବେ । ଫିଲ୍ମରେ ତାଙ୍କର ଏକ ବିଶେଷ ଭୂମିକା ରହିବ । ଫିଲ୍ମ ସୁଟିଂର ପରବର୍ତ୍ତୀ କାର୍ଯ୍ୟସୂଚୀରେ ଅମାଲା ଯୋଗଦେବେ । ଉଲ୍ଲେଖନୀୟ କଥା ହେଉଛି, ଅଜୟ ଦେବଗାନ୍‌ କହିଥିଲେ ଯେ ତାଙ୍କ ଚଳଚ୍ଚିତ୍ର ଭୋଲା ୩୦ ମାର୍ଚ୍ଚ ୨୦୨୩ରେ ରିଲିଜ୍‌ ହେବ । ଏହା ତାମିଲ ଫିଲ୍ମରର ରିମେକ୍‌ ଅଟେ । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଅଜୟ ଦେବଗନ୍‌ ।

Leave A Reply

Your email address will not be published.