ନୂଆ ବିଧାୟକ ବାଛିଲେ ଧାମନଗରବାସୀ: ୬୬.୬୩% ଭୋଟିଂ, ଇଭିଏମ୍‌ରେ ସିଲ୍‌: ରବିବାର ରାୟ

0 85

ଧାମନଗର, ୩ା୧୧(ଡିକେ ନ୍ୟୁଜ): ଗଣତନ୍ତ୍ର ମହାପର୍ବରେ ସାମିଲ ହେଲା ଧାମନଗର । ସକାଳୁ ସକାଳୁ ବିଭିନ୍ନ ବୁଥ୍‌ ଆଗରେ ଲାଗିଥିଲା ଭୋଟରଙ୍କ ଲମ୍ବା ଧାଡ଼ି । ପ୍ରଥମଥର ମତଦାନ କରୁଥିବା ଭୋଟର ହୁଅନ୍ତୁ କି ବୟସ୍କ ମତଦାତା, ନେତା ବାଛିବା ପାଇଁ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ । ଦିବ୍ୟାଙ୍ଗ ଏବଂ ବୟସ୍କ ଭୋଟରଙ୍କ ପାଇଁ ହ୍ୱିଲ ଚେୟାରର ବ୍ୟବସ୍ଥା କରାଯାଇଥିଲା । ସେମାନଙ୍କୁ ସହଯୋଗ କରିଥିଲେ ସ୍ୱେଚ୍ଛାସେବୀ । ସୁଦଶା ବ୍ରତରେ ପୂଜାର୍ଚ୍ଚନା ପରେ ମତଦାନ କେନ୍ଦ୍ରରେ ପହଞ୍ôଚଥିଲେ ବହୁସଂଖ୍ୟାରେ ମହିଳା ଭୋଟର । ଧାମନଗର ବିକାଶକୁ ଆଖି ଆଗରେ ରଖି ମତଦାନ କରିଥିବା ଭୋଟର କହିଛନ୍ତି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ କାଁପଡ଼ା ୭୮ ନଂ ବୁଥ୍‌ରେ ଭୋଟ ଦେଇଥିବା ବେଳେ ଧାମନଗର ଏନ୍‌ଏସିର ୫ନଂ ୱାର୍ଡ ଫ୍ରୀଡର ପ୍ରାଥମିକ ବିଦ୍ୟାଳୟ ବୁଥ୍‌ରେ ମତଦାନ କରିଥିଲେ କଂଗ୍ରେସର ବିଧାୟକ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ । ତେବେ ଧାମନଗର ନିର୍ବାଚନ ମଣ୍ଡଳୀର ଭୋଟର ହୋଇନଥିବାରୁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଭୋଟ ଦେଇନାହାନ୍ତି । ଉପନିର୍ବାଚନରେ ଭୋଟରଙ୍କ ଆଶୀର୍ବାଦ ବିଜୟ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । କଡା ସୁରକ୍ଷା ମଧ୍ୟରେ ସରିଛି ଧାମନଗର ଭୋଟ୍‌ । ସନ୍ଧ୍ୟା ୬ଟା ସୁଦ୍ଧା ୬୬.୬୩ ପ୍ରତିଶତ ଭୋଟ ହୋଇଥିବା ଜଣାପଡିଛି । ଭୋଟଦାନ ପାଇଁ ଆଜି ସକାଳୁ ବୁଥରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ପ୍ରଥମରୁ ତିନି ପ୍ରାର୍ଥୀ ନିଜର ଗୁରୁତ୍ୱପୂର୍ଣ୍ଣ ମତ ସାବ୍ୟସ୍ତ କରିଥିଲେ । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ନିଜ ପଞ୍ଚାୟତରେ ମତଦାନ କରିଥିବାବେଳେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଧାମନଗର ଏନ୍‌ଏସିରେ ଭୋଟ ଦେଇଛନ୍ତି । ସେହିଭଳି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ନିଜ ଗାଁ କାଁପଡାରେ ଭୋଟ ଦେଇଛନ୍ତି । ମାତ୍ର ଭୋଟର ଲିଷ୍ଟରେ ନାଁ ନଥିବାରୁ ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ
ସୁରଜ, କିନ୍ତୁ ସେ ବିଭିନ୍ନ ବୁଥ ବୁଲିଛନ୍ତି । ସନ୍ଧ୍ୟା ଯାଏଁ ବିଭିନ୍ନ ବୁଥ୍‌ରେ ଲୋକେ ଧାଡିରେ ଆସି ମତଦାନ ସାବ୍ୟସ୍ତ କରିଛନ୍ତି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପରେ ମଧ୍ୟ କିଛି ବୁଥରେ ଭୋଟ ଗ୍ରହଣ ·ଲିଥିଲା । ସନ୍ଧ୍ୟା ୬ଟା ପରେ ବୁଥକୁ ପ୍ରବେଶ କରିଥିବା ଲୋକଙ୍କୁ ସ୍ଲିପ ଦିଆଯାଇଥିଲା । ଗତ ସାଧାରଣ ନିର୍ବାଚନରୁ ଚଳିତ ଉପନିର୍ବାଚନରେ ଅଧିକ ମତଦାନ ହୋଇଥିବା ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ୨୦୧୯ ସାଧାରଣ ନିର୍ବାଚନରେ ୭୧.୦୧ ପ୍ରତିଶତ ମତଦାନ ହୋଇଥିଲା । ଚଳିତ ଉପ ନିର୍ବାଚନରେ ଏହାଠୁ ଅଧିକ କିମ୍ବା ପାଖପାଖ ଭୋଟିଂ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ତେବେ ଗୋଟିଏ ଦୁଇଟି ସ୍ଥାନରେ କାଁ ଭାଁ ବିଶୃଙ୍ଖଳାକୁ ଛାଡି ଦେଲେ ମୋଟାମୋଟି ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି । ବହୁ ପ୍ରତିକ୍ଷୀତ ଧାମନଗର ଉପନିର୍ବାଚନ ପାଇଁ ଶେଷ ହୋଇଛି ମତଦାନ । ଧାମନଗର ପାଇଁ ନେତା ବାଛିଛନ୍ତି ଧାମନଗରର ଭୋଟର । ଆଉ ଇଭିଏମ୍‌ରେ ସିଲ୍‌ ହୋଇଯାଇଛି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୫ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ । ଧାମନଗର ଉପନିର୍ବାଚନ ଉପରେ ସାରା ରାଜ୍ୟର ନଜର ରହିଥିବାବେଳେ ଭୋଟ ଦେବାକୁ ଧାମନଗରବାସୀଙ୍କ ଭିତରେ ବି ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ଭୋଟ ଗ୍ରହଣ କେନ୍ଦ୍ରରେ ଧାଡି ଲଗାଇଥିଲେ ଭୋଟର । ଆଉ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ନିଜର ମୌଳିକ ଅଧିକାର ସାବ୍ୟସ୍ତ କରିଛନ୍ତି । ଧାମନଗରରେ ଭୋଟ ଗ୍ରହଣକୁ ନେଇ ମାହୋଲ ସରଗରମ ଥିବାବେଳେ ବୁଥମାନଙ୍କରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । ସ୍କୁଲର ପିଲାମାନେ ସ୍ୱେଚ୍ଛାସେବୀ ଭାବେ ବୟସ୍କ ଲୋକମାନଙ୍କୁ ମତଦାନ କେନ୍ଦ୍ରକୁ ନେବା ସହ ଭୋଟ ଦେବାରେ ସହାୟତା କରିଥିଲେ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସ୍କୁଲ ପିଲାମାନେ ଏହି ସେବା ଯୋଗାଇଥିଲେ । ଅନ୍ୟପଟେ ମତଦାନ ·ଲିଥିବାବେଳେ ବୁଥ୍‌ ବୁଥ୍‌ ବୁଲିଥିଲେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ । ଏହି ସମୟରେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟକ । ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ଯେତେବେଳେ ଏକ ବୁଥକୁ ଯାଇଥିଲେ ସେହି ସମୟରେ ଜଣେ ବୟସ୍କା ମହିଳା ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଫଟୋକୁ ପୂଜା କରୁଥିବା ଦେଖିବାକୁ ମିଳିଥିଲା । ଆଉ ସୂରଜଙ୍କୁ ଦେଖି ମହିଳା ଜଣଙ୍କ ତାଙ୍କୁ ବି ଆର୍ଶୀବାଦ କରିଥିଲେ । ଯାହା ଚର୍ଚ୍ଚାର ବିଷୟ ହୋଇଛି । ନିର୍ବାଚନ ସମୟରେ କୌଣସି ସ୍ଥାନରୁ ବଡଧରଣର ଗଣ୍ଡଗୋଳର ଖବର ଆସିନଥିଲେ ବି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଗାଡିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଭୋଟ୍‌ କେନ୍ଦ୍ରକୁ ଯାଉଥିବା ସମୟରେ ସେ ଯେଉଁ ଗାଡିରେ ଯାଇଥିଲେ ସେଥିରେ ବିଜେଡିର ଶଙ୍ଖଚିହ୍ନ ଥିବା ପୋଷ୍ଟର ଲାଗିଥିବାରୁ ବିରୋଧ କରିଥିଲେ ଲୋକେ । ଯାହାକୁ ନେଇ କିଛି ସମୟ ପାଇଁ କାଁପଡା ବୁଥ ବାହାରେ ଉତ୍ତେଜନା ଲାଗି ରହିଥିଲା । ତେବେ ଏସବୁ ଭିତରେ ଶେଷ ହୋଇଛି ମତଦାନ । ଏବେ ୬ ତାରିଖରେ ଗଣତି ହେବାକୁ ଥିବା ନିର୍ବାଚନ ଫଳାଫଳକୁ ସମସ୍ତଙ୍କର ଅପେକ୍ଷା । ଧାମନଗର ଉପ ନିର୍ବାଚନରେ ଜନୈକ ପୋଲିଂ କର୍ମଚାରୀ ନଟବର ସ୍ୱାଇଁଙ୍କ ମେଡିକାଲରେ ମୃତ୍ୟୁ ହୋଇଛି । ସେ ଗତକାଲି ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ନିର୍ବାଚନ ଡ୍ୟୁଟିରୁ ଅବ୍ୟାହତି ଦିଆଯାଇଥିଲା । ଅସୁସ୍ଥତା ପାଇଁ ତାଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏଭଳି ଘଟଣା ନେଇ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.