୨୪ରୁ ବିଧାନସଭା ଶୀତ ଅଧିବେଶନ

0 76

ଭୁବନେମଶ୍ୱର, ୩ା୧୧(ଡିକେ ନ୍ୟୁଜ): ଆସନ୍ତା ୨୪ରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । ଚଳିତ ଶୀତ ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ·ଲିବ । ୩୩ଟି କାର୍ଯ୍ୟଦିବସ ପାଇଁ ଚାଲିବାକୁ ଥିବା ଅଧିବେଶନ ଡାକିବାକୁ ସଂସଦୀୟ ବ୍ୟାପାର ବିଭାଗର ପ୍ରସ୍ତାବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଅନୁମୋଦନ କରିଛନ୍ତି । ବିଧାନସଭା ଆରମ୍ଭ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ୨୦୨୨- ୨୩ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍‌ ଆଗତ କରିବେ । ନଭେମ୍ବର ୩୦ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ବିଭାଗୀୟ ଖର୍ଚ୍ଚଦାବି ଉପରେ ଆଲୋଚନା ହେବ ।
ଡିସେମ୍ବର ୨ରେ ପ୍ରଥମ ଅତିରିକ୍ତ ବଜେଟ୍‌ ଉପରେ ବ୍ୟୟମଞ୍ଜୁରି ବିଲ୍‌ ଗୃହରେ ଆଲୋଚନା ହୋଇ ପାରିତ କରାଯିବ । ଶୀତ ଅଧିବେଶନରେ ଧାମନଗର ଉପନିର୍ବାଚନରେ ବିଜୟୀ ସଦସ୍ୟଙ୍କୁ ଦେଖିବାକୁ ମିଳିବ । ଆସନ୍ତା ଅଧିବେଶନଟି ଲମ୍ବା ଅବଧି ଥିବାରୁ ବହୁ ପ୍ରସଙ୍ଗ ନେଇ ଆଲୋଚନା ହେବ । ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ତାହା ଉପରେ ସରକାର ଜବାବ ରଖିବେ । ଗତ ମୌସୁମୀ ଅଧିବେଶନରେ ଓଡ଼ିଶା ଅଗ୍ନ୍‌ିଶମ ସଂଶୋଧନ ବିଲ୍‌-୨୦୨୨ ପାରିତ ନହୋଇ ପଡ଼ିରହିଛି । ଆସନ୍ତା ଶୀତ ଅଧିବେଶନରେ ଏହାକୁ ପାରିତ କରାଯିବ । ବାକି କେତୋଟି ବିଲ୍‌ ଆସିବ ସେ ନେଇ ସରକାର ଏଯାଏ ସ୍ଥିର କରିନାହାନ୍ତି । ଏହି ଅଧିବେଶନ ଲମ୍ବା ଅବଧିର ହୋଇଥିବାରୁ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ଅନ୍ୟପକ୍ଷରେ ଶାସକ ଦଳ ପାଲଟା ଆକ୍ରମଣ ନେଇ ପ୍ରସ୍ତୁତ ହୋଇଛି । ଆବାସ ଯୋଜନାଠାରୁ ଆରମ୍ଭକରି ଫସଲ ବୀମା ପ୍ରସଙ୍ଗକୁ ଶାସକ ଦଳ ପ୍ରସଙ୍ଗ କରିବ ବୋଲି ଜଣାପଡ଼ୁଛି ।

Leave A Reply

Your email address will not be published.