ଶୋଭାଯାତ୍ରା ବେଳେ ଇମ୍ରାନ୍‌ଙ୍କୁ ଗୁଳିମାଡ଼

0 73

ଇସଲାମାବାଦ, ୩ା୧୧: ଗୃହଯୁଦ୍ଧ ଭଳି ପରିସ୍ଥିତିର ସାମ୍ନା କରୁଥିବା ପାକିସ୍ତାନରେ ଆଜି ବଡ଼ ଘଟଣା ଘଟିଛି । ସରକାରଙ୍କ ବିରୋଧରେ ରାଲି କରୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳି ମାଡ଼ କରାଯାଇଛି । ଗୁଳିମାଡ଼ରେ ଗୁରୁତର ଆହତ ହୋଇଛନ୍ତି ଇମ୍ରାନ । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି । ଏଥିସହ ତାଙ୍କ ମ୍ୟାନେଜର ଓ ରାଲିରେ ଯୋଗ ଦେଇଥିବା କିଛି ଲୋକ ମଧ୍ୟ ଗୁଳିମାଡ଼ରେ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଆଜି ଇମ୍ରାନ ଖାନଙ୍କ ନେତୃତ୍ୱରେ ୱାଜିରାବାଦରେ ପ୍ରକୃତ ସ୍ୱାଧୀନତା ନାଁରେ ବିଶାଳ ରାଲିର ଆୟୋଜନ କରାଯାଇଥିଲା । ଏହି ସମୟରେ ଇମ୍ରାନ ଓ ରାଲି ଉପରକୁ ଗୁଳିମାଡ଼ ହୋଇଥିଲା । ଗୁଳି ଇମ୍ରାନଙ୍କ ଗୋଡ଼ରେ ବାଜିବାରୁ ସେ ଆହତ ହୋଇଛନ୍ତି । ଜାଫରାଲି ଖାନ ଚୌକ ନିକଟରେ ଘଟଣା ଘଟିଥିବା ଘଟଣାରେ ଇମ୍ରାନଙ୍କ ବ୍ୟତୀତ ଆଉ ୪ଜଣ ମଧ୍ୟ ଆହତ ହୋଇଥିବା ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଗୁଳିମାଡ଼ ପରେ ତୁରନ୍ତ ଇମ୍ରାନଙ୍କୁ ସେ ସମ୍ବୋଧନ କରୁଥିବା କଣ୍ଟେନରରୁ ବୁଲେଟ ପ୍ରୁଫ କାରକୁ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ତାଙ୍କୁ ଲାହୋର ହସ୍ପିଟାଲ ନିଆଯାଇଥିଲା ।

Leave A Reply

Your email address will not be published.