ରାଜଭବନରେ ରାଷ୍ଟ୍ରପତିଙ୍କୁ ନାଗରିକ ସମ୍ବର୍ଦ୍ଧନା ଓଡ଼ିଶାରୁ ଆରମ୍ଭ ହେଉ ଦେଶ ସମୃଦ୍ଧି ଅଭିଯାନ: ରାଷ୍ଟ୍ରପତ

0 55

ଭୁବନେଶ୍ୱର, ୧୦ା୧୧(ଡିକେ ନ୍ୟୁଜ): ନିଜ ମାଟିର ବାସ୍ନାରେ ଭିନ୍ନତା ରହିଛି । ଏପରିକି ନିଜ ମାଟିର ଆକର୍ଷଣ ନିଆରା । ମୋ ମାଟିକୁ ଆସି ମୁଁ ଆଜି ଆନନ୍ଦିତ । ସ୍ଥାନୀୟ ରାଜଭବନରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏହା କହିଛନ୍ତି । ସେ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଓଡ଼ିଶାବାସୀଙ୍କ ନୁହଁନ୍ତି, ସେ ବିଶ୍ୱବାସୀଙ୍କର ଆରାଧ୍ୟ । ତେଣୁ ବିଶ୍ୱର କଲ୍ୟାଣ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛି । ଭାରତର ପ୍ରତି ପ୍ରଦେଶ ମୋର ବେଶ୍‌ ଆପଣାର ହୋଇପାରିଛି । ଭାରତର ମାଟି ସୁନା ଭଳି । ଭାରତର
ପ୍ରତି ବୃକ୍ଷ କଳ୍ପବଟ । ଯେଉଁଠି ଥିଲେ ବି ତାହା ମୋର ଘର । ଉକ୍ରଳମଣି ଗୋପବନ୍ଧୁଙ୍କ ଲେଖା ମୋତେ ଅନୁପ୍ରାଣୀତ କରିଛି । ଚିଲିକା ପରି ହ୍ରଦ, ଶିମିଳିପାଳ ପରି ବୃହତ୍‌ ଜୈବ ବିବିଧତାର ଓଡ଼ିଶା ପ୍ରତି ବଡ଼ ଅବଦାନ ରହିଛି । ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ ନଥିଲା । ଭାରତର ୮ଟି ଶାସ୍ତ୍ରୀୟ ସଂଗୀତ ମଧ୍ୟରୁ ଓଡ଼ିଶୀ ଅନ୍ୟତମ । ସେହିପରି ଦେଶର ୬ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଓଡ଼ିଆ ଅନ୍ୟତମ । ଓଡ଼ିଶାର ଆଞ୍ଚଳିକ ଗୀତ ଦେଶର ନୃତ୍ୟକୁ ମଧ୍ୟ ସମୃଦ୍ଧ କରିଛି । ଓଡ଼ିଶା ଆଉ ୧୪ବର୍ଷ ପରେ ଶତବାର୍ଷିକୀ ପାଳନ କରିବ । ତେଣୁ ଏହି ସମୟ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟବାସୀଙ୍କ ତରଫରୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ପ୍ରଥମେ ଅଭିଭାଷଣ ଦେଇ କହିଥିଲେ, ଆପଣଙ୍କ ସଫଳତା ଭିତରେ ପ୍ରତିଟି ଓଡ଼ିଆ ଦେଖୁଛି ନିଜ ସଫଳତା । ପ୍ରଥମଥର ପାଇଁ ଓଡ଼ିଶାରୁ ଜଣେ ମହିଳା ଦେଶର ପ୍ରଥମ ନାଗରିକ ହୋଇଛନ୍ତି । ରାଇରଙ୍ଗପୁରରୁ ରାଇସିନା ହିଲ୍ସକୁ ତାଙ୍କ ଯାତ୍ରା ପାଇଁ ପ୍ରତିଟି ଓଡ଼ିଆ ଆଜି ଗର୍ବିତ । ସଂଧ୍ୟାରେ ରାଜଭବନରେ ଆୟୋଜିତ ହୋଇଥିବା ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଉଦ୍‌ବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଥିଲେ ଏହା ହେଉଛି ଓଡ଼ିଶା ମାଟି । ଏହି ମାଟିରେ ଆପଣଙ୍କ ଜନ୍ମ । ଆପଣ ବାରମ୍ବାର ଓଡ଼ିଶା ମାଟିକୁ ଆସନ୍ତୁ ଏହା ଆମର ଆଶା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କାର୍ଯ୍ୟକ୍ରମରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସ୍ଥପତି ସୁଦର୍ଶନ ସାହୁ ଏକ ପ୍ରସ୍ଥଳ କଳାକୃତି ମହାମହିମଙ୍କୁ ଉପହାର ଦେଇଥିଲେ । ସେହିଭଳି ପ୍ରଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ହକି ଜର୍ସି, ବାନ୍ଧଶିଳ୍ପୀ ସୁରେନ୍ଦ୍ର ମେହେର ନିଜସ୍ୱ ପ୍ରସ୍ତୁତ ଏକ ବାନ୍ଧକଳା ଉପହାର ଦେଇଥିଲେ । ଓଡ଼ିଶୀ ନୃତ୍ୟ ଗୁରୁ ପଦ୍ମଶୀ ଅରୁଣା ମହାନ୍ତି ତାଳପତ୍ରରେ ଏକ ଉପହାର ପ୍ରଦାନ କରିଥିଲେ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବି·ରପତି, ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ, ବିଏମ୍‌ସି ମେୟର ସୁଲୋଚନା ଦାସ ମହାମହିମ ରାଷ୍ଟ୍ରପତିଙ୍କୁ ଭେଟି ବିଭିନ୍ନ ଉପହାର ଦେଇଥିଲେ । ମୟୁରଭଞ୍ଜର ମିଲେଟ ·ଷୀ ସୁବାଷୋ ମହାନ୍ତି ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟି ମିଲେଟ ଗିଫ୍ଟ ହ୍ୟାମ୍ପର ଉପହାର ଦେଇଥିଲେ । ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ମଧ୍ୟ ହକି ଇଣ୍ଡିଆର ଟି ସାର୍ଟ ଦେଇ ରାଷ୍ଟ୍ରପତିଙ୍କୁ ସମ୍ବର୍ଧନା ଜଣାଇଥିଲେ । ପଦ୍ମଶ୍ରୀ ହଳଧର ନାଗ ସମ୍ବଲପୁରୀ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ।

Leave A Reply

Your email address will not be published.