ଭୁବନେଶ୍ୱର, ୧୧ା୧୧(ଡିକେ ନ୍ୟୁଜ): “ଓଡ଼ିଶା ଡ୍ରାଇଭର ମହାସଂଘ’ର ଏକ ପ୍ରତିନିଧି ମଣ୍ଡଳୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୧୦ ଦଫା ସମ୍ବଳିତ ନିଜର ଦାବି ସଂପର୍କରେ ଜଣାଇଛନ୍ତି । ମହାସଂଘ ପକ୍ଷରୁ ପ୍ରାୟ ୩ ସପ୍ତାହ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ପରେ ନବୀନ ନିବାସରେ ଦାବିପତ୍ର ଦିଆଯାଇଛି । ପୂର୍ବରୁ ରାଜଧାନୀକୁ ଧଶେଇ ପଶୁଥିବା ଡ୍ରାଇଭରମାନେ ରାଜଧାନୀରେ ଦଣ୍ଡବତ ଯାତ୍ରା କରି ସେମାନଙ୍କ ଦାବି ପୂରଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି । ·ଳକଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା, ରାସ୍ତାରେ
ଗାଡ଼ି ପାର୍କିଂ ଓ ·ଳକ ବିଶ୍ରାମାଗାର ନିର୍ମାଣ କରିବା, ୫୫ବର୍ଷ ପରେ ପେନସନ୍ ବ୍ୟବସ୍ଥା କରିବା, ଦୁର୍ଘଟଣାରେ ପ୍ରାଣ ହରାଉଥିବା ·ଳକଙ୍କୁ ୨୦ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା, ଅକର୍ମଣ୍ୟ ·ଳକଙ୍କ ପାଇଁ ୧୦ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା, ଦ୍ୱିତୀୟ ସୈନିକ ମାନ୍ୟତା ଦେବା, ଗୃହ ନିର୍ମାଣ ସହାୟତା ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବା, ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା । ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବର ମାସରେ ଏସମସ୍ତ ଦାବି ନେଇ ମହାସଂଘର ହଜାର ହଜାର ଡ୍ରାଇଭର ରାଜଧାନୀରେ ଶୋଭାଯାତ୍ରା କରି ରାସ୍ତାଘାଟ ଜାମ୍ କରିଥିଲେ । ପୁଣି ଥରେ ଚଳିତ ବର୍ଷ ଏପ୍ରିଲ ମାସରେ ସେମାନେ ହାତରେ ଠେଙ୍ଗା ବାଡ଼ି ଧରି ରାଜଧାନୀରେ ପଶିଥିଲେ । ଫଳରେ ରାଜଧାନୀରେ ଏକ ପ୍ରକାରର ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଦିନତମାମ୍ ସହରରେ ଟ୍ରାଫିକ୍ ସମସ୍ୟା ଉକ୍ରଟ ହୋଇପଡ଼ିଥିଲା । ସେମାନେ କିଛି ସ୍ଥାନରେ ହିଂସାତ୍ମକ ଆଚରଣ ମଧ୍ୟ କରିଥିଲେ । ତେବେ ବିଧାନସଭା ଆଡ଼କୁ ଯିବା ସମୟରେ ପୋଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଫଳରେ ସେଦିନ ଲୋୟର ପିଏମ୍ଜି ରଣକ୍ଷେତ୍ର ପାଲଟିଥିଲା ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଓଡ଼ିଶା ଡ୍ରାଇଭର ସଂଘ
Prev Post