ପୂରଣ ହେବ ପଦ୍ମପୁରବାସୀଙ୍କ ସ୍ୱପ୍ନ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ଜିଲ୍ଲା ମାନ୍ୟତା

0 62

ଭୁବନେଶ୍ୱର, ୧୬ା୧୧(ଡିକେ ନ୍ୟୁଜ): ରାଜ୍ୟରେ ୩୧ ନମ୍ବର ଜିଲ୍ଲା ହେବ ପଦ୍ମପୁର । ଏନେଇ ଗ୍ରୀନ୍‌ ସିଗ୍‌ନାଲ ମିଳିଛି । କିନ୍ତୁ ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗିଥିବାରୁ ବିଧିବଦ୍ଧ ଭାବେ କିଛି ଘୋଷଣା ହୋଇନାହିଁ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପଦ୍ମପୁର କ୍ରିୟାନୁଷ୍ଠାନ କମିଟିର ଆଲୋଚନା ହୋଇଥିଲା । ଡିସେମ୍ବର ୨୦୨୩ ସୁଦ୍ଧା ପଦ୍ମପୁର ଜିଲ୍ଲା ଗଠନ ପାଇଁ ବିଜୁ ଜନତା ଦଳ ସୁପ୍ରିମୋ ପ୍ରତିଶ୍ରୁତି ଦେଇଛନ୍ତି । ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ଇସ୍ତାହାରରେ ଏହା ପ୍ରକାଶ ପାଇବ । ଆଲୋଚନା ପରେ କ୍ରିୟାନୁଷ୍ଠାନ କମିଟି ଏହା କହିଛି । ଉପନିର୍ବାଚନ ପାଇଁ ପଦ୍ମପୁର ଜିଲ୍ଲା ଗଠନ ଦାବିରେ ଏବେ ଜୋରଦାର ଆନ୍ଦୋଳନ ·ଲିଛି । ପୂର୍ବରୁ କ୍ରିୟାନୁଷ୍ଠାନ କମିଟିକୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟକ ସୁଶାନ୍ତ ସିଂ ଭେଟିଥିଲେ । ଏହାପରେ ଆଜି କମିଟିର ଏକ ପ୍ରତିନିଧି ଦଳ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି କମିଟିରେ ସବୁ ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ବିଭିନ୍ନ ବର୍ଗର ପ୍ରତିନିଧି ସାମିଲ ଥିଲେ । ଆଲୋଚନା ସଫଳ ହେବା ପରେ କ୍ରିୟାନୁଷ୍ଠାନ କମିଟିର ଆବାହକ କହିଥିଲେ, ଏ ଆନ୍ଦୋଳନରେ ଅଢେ଼ଇ ଲକ୍ଷ ଲୋକ ସାମିଲ । ତେଣୁ ସେମାନଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର ନେଇ ନିଷ୍ପତ୍ତି ନିଆଯିବ । ସେପଟେ ଅର୍ଥମନ୍ତ୍ରୀ କହିଛନ୍ତି, କ୍ରିୟାନୁଷ୍ଠାନ କମିଟି ସହ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସକାରାତ୍ମକ ରହିଛି । ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଘୋଷଣା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଆଗକୁ ପଦ୍ମପୁର ଉପ ନିର୍ବାଚନ । ତା ପୂର୍ବରୁ ଦୁଇଟି ପ୍ରସଙ୍ଗ ·ଷୀ, ଜିଲ୍ଲା ମାନ୍ୟତା ଦାବିରେ ଆନ୍ଦୋଳନକୁ ନେଇ ସରଗରମ ହୋଇଥିଲା ରାଜନୀତି । ଗତକାଲି ମରୁଡ଼ି ପ୍ରଭାବିତ ·ଷୀଙ୍କ ପାଇଁ ଦୁଇଶହ କୋଟି ଟଙ୍କାର ଇନପୁଟ୍‌ ସହାୟତା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.