ମୋ ସ୍କୁଲ୍‌ ଅଭିଯାନ: ୫ ବର୍ଷରେ ୫୦ ହଜାର ବିଦ୍ୟାଳୟ ସାମିଲ୍‌ ବ୍ୟାପକ ହେବ ଧନ୍ଦାମୂଳକ ଶିକ୍ଷା

0 68

ଭୁବନେଶ୍ୱର, ୧୬ା୧୧(ଡିକେ ନ୍ୟୁଜ): ପୁରାତନ ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷାନୁଷ୍ଠାନ ବିକାଶର କର୍ଣ୍ଣଧାର ସାଜିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୧୭ ମସିହା ନଭେମ୍ବର ୧୪ ତାରିଖ ଶିଶୁ ଦିବସରେ ଆରମ୍ଭ ହୋଇଥିବା “ମୋ ସ୍କୁଲ୍‌ ଅଭିଯାନ’ ଇତିମଧ୍ୟରେ ୫ବର୍ଷ ପୂରଣ କରିଛି । ୫ବର୍ଷ ମଧ୍ୟରେ ରାଜ୍ୟର ୫୦ ହଜାର
ବିଦ୍ୟାଳୟରେ ପହଞ୍ଚି “ମୋ ସ୍କୁଲ୍‌’ ବିଶ୍ୱର ଅନ୍ୟତମ ସର୍ବବୃହତ୍‌ ପୁରାତନ ଛାତ୍ରଛାତ୍ରୀ ସଂଯୋଗ କାର୍ଯ୍ୟକ୍ରମରେ ପରିଣତ ହେବାର ରେକର୍ଡ ସୃଷ୍ଟି କରିଛି । ଓଡ଼ିଶାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ିଥିବା ୩୦ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ନିଜ ସ୍କୁଲ୍‌ ସହ ଯୋଡ଼ିହୋଇ ତାହାର ସର୍ବାଙ୍ଗୀନ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସାମାଜିକ ସଂସ୍ଥା, ବୁଦ୍ଧିଜୀବି, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ବେସରକାରୀ ଅନୁଷ୍ଠାନ ଏବଂ କର୍ପୋରେଟ୍‌ ସଂସ୍ଥା ମଧ୍ୟ ସରକାରୀ ସ୍କୁଲର ବିକାଶ ପ୍ରକ୍ରିୟାରେ ସହଭାଗୀ ହୋଇଛନ୍ତି । ବିଦେଶରେ ରହୁଥିବା ଓଡ଼ିଆମାନଙ୍କର ଓଡ଼ିଶାର ସ୍କୁଲ୍‌ ପ୍ରତି ଆଗ୍ରହ ବଢିଛି । ମାତ୍ର ସ୍ୱଳ୍ପ ସମୟ ମଧ୍ୟରେ ଅଭିଯାନରୁ ଏକ ଆନ୍ଦୋଳନରେ ପରିଣତ ହୋଇଥିବା “ମୋ ସ୍କୁଲ୍‌ ଅଭିଯାନ’ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ସହ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ, କ୍ରୀଡ଼ା, କଳା, ସଂସ୍କୃତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ପ୍ରତିଭା ପ୍ରଦର୍ଶନ ପାଇଁ ପିଲାମାନଙ୍କୁ ଉତ୍ସାହିତ କରୁଛି । “ମୋ ସ୍କୁଲ୍‌’ ସହ ଯୋଡ଼ି ହୋଇଥିବା ପୁରାତନ ଛାତ୍ରଛାତ୍ରୀ, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏବଂ ସାଧାରଣ ଜନତା ସ୍କୁଲଗୁଡ଼ିକର ବିକାଶ ପାଇଁ କେବଳ ଆର୍ଥିକ ସହାୟତା ଯୋଗାଇ ଦେଇନାହାନ୍ତି, ପିଲାମାନଙ୍କୁ ପଢ଼ାଇବା, କ୍ରୀଡ଼ା ଓ ଶିକ୍ଷା ଉପକରଣ ଆଦି
ଦାନ କରିବା, ସ୍କୁଲର ବିଭିନ୍ନ କାର୍ଯ୍ୟରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ସହଯୋଗ କରିବା ସହ ନିଜ ଅଭିଜ୍ଞତା ଓ ଅନୁଭୂତି ବାଣ୍ଟୁଛନ୍ତି । ଭବିଷ୍ୟତ ପିଢ଼ିଙ୍କୁ ଦକ୍ଷ କରି ଗଢ଼ି ତୋଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ପୁରାତନ ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ଭୁକ୍ତି ଦ୍ୱାରା ଓଡ଼ିଶାରେ ସ୍କୁଲ୍‌ ଶିକ୍ଷାର ସର୍ବାଙ୍ଗୀନ ବିକାଶ ସମ୍ଭବ ହୋଇଛି । ରାଜ୍ୟର ପ୍ରତି ଦୁଇଜଣରେ ଜଣେ ପିଲା ଏହାଦ୍ୱାରା ଉପକୃତ ହୋଇଛନ୍ତି । “ମୋ ସ୍କୁଲ୍‌ ଅଭିଯାନ’ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପୁଥିବା ୪୫ଲକ୍ଷରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବାରେ ସଫଳ ହୋଇଛି । “ମୋ ସ୍କୁଲ୍‌ ଅଭିଯାନ’ ମାଧ୍ୟମରେ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ସ୍କୁଲଗୁଡ଼ିକରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯାଉଛି, ଯାହାମଧ୍ୟରେ ଶ୍ରେଣୀଗୃହ ନିର୍ମାଣ, ନବୀକରଣ, ସ୍ମାର୍ଟ କ୍ଲାସରୁମ୍‌, ପାଠାଗାର, ପାନୀୟଜଳ ଓ ଶୌ·ଳୟ ବ୍ୟବସ୍ଥା, ସୌନ୍ଦର୍ଯ୍ୟକରଣ ଏବଂ ସ୍କୁଲ୍‌ ପାରିପାଶ୍ୱିର୍କ ପରିବେଶର ବିକାଶ ଆଦି ରହିଛି । ଏହାସହ ସ୍କୁଲଗୁଡ଼ିକରେ ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜାତୀୟ ଓ ଅନ୍ତର୍ଜାତୀୟ ସଂଗଠନ ସହ ମିଳିତ ଭାବରେ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କର ଦକ୍ଷତା ବିକାଶ ଦିଗରେ ମଧ୍ୟ “ମୋ ସ୍କୁଲ୍‌’ କାର୍ଯ୍ୟ କରୁଛି । ଏଣିକି ସ୍କୁଲରେ ବ୍ୟାପକ ହେବ ଧନ୍ଦାମୂଳକ ଶିକ୍ଷା । ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ଅଳ୍ପକିଛି ସ୍କୁଲରେ ଏହି ଶିକ୍ଷା ଦିଆଯାଇଥିଲା । ଏବେ ୨୩୦ଟି ସ୍କୁଲରେ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.