ମିସାଇଲ୍‌ ଋଷ୍‌ର ନୁହେଁ: ଟଳିଲା ମହାଯୁଦ୍ଧ ଆଶଙ୍କା

0 51

ନୂଆଦିଲ୍ଲୀ, ୧୬ା୧୧: ଟଳିଲା ମହାଯୁଦ୍ଧ ଆଶଙ୍କା । ପୋଲାଣ୍ଡ ସୀମାରେ ଖସିଥିବା ମିସାଇଲ ଋଷର କ୍ଷେପଣାସ୍ତ୍ର ନୁହେଁ କି ଅନ୍ତର୍ଜାତୀୟ ଆକ୍ରମଣ ନୁହେଁ ବୋଲି ପ୍ରାଥମିକ ତଦନ୍ତ ପରେ କହିଛି ପୋଲାଣ୍ଡ । ପୋଲାଣ୍ଡ ଉପରେ ୠଷ ନିର୍ମିତ କ୍ଷେପଣାସ୍ତ୍ର ମାଡ଼ ହେବା ନେଇ ସସପେନ୍ସ ଲାଗି ରହିଥିବା ବେଳେ ଏବେ ଏକ ନୂଆ ତଥ୍ୟ ଆସିଛି । ପ୍ରଥମେ ପୋଲାଣ୍ଡ ଉପରେ ଋଷ କ୍ଷେପଣାସ୍ତ୍ର ମାଡ଼ କରିଥିବା ସନ୍ଦେହ କରଯାଉଥିବା ବେଳେ ଆମେରିକା ଯାଞ୍ଚରୁ ଭିନ୍ନ ତଥ୍ୟ ଆସିଛି । କ୍ଷେପଣାସ୍ତ୍ର ଋଷ ନୁହଁ ବରଂ ୟୁକ୍ରେନ୍‌ ସେନା କରିଥିବା ଆମେରିକା କହିଛି । ଋଷ ପକ୍ଷରୁ ନିକ୍ଷେପ ହେଉଥିବା କ୍ଷେପଣାସ୍ତ୍ରକୁ ଜବାବ ଦେବାକୁ ଯାଇ ୟୁକ୍ରେନ୍‌ ଛାଡ଼ିଥିବା କ୍ଷେପଣାସ୍ତ୍ରଟି ପୋଲାଣ୍ଡରେ ପଡ଼ିଛି । ଆମେରିକୀୟ ସରକାରୀ ଅଧିକାରୀ ସମ୍ବାଦ ସରବରାହ ସଂସ୍ଥାନ ଏପିକୁ ଏହା କହିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ୩ଜଣ ସରକାରୀ ଅଧିକାରୀ ସମ୍ବାଦ ସରବରାହ ସଂସ୍ଥାନ “ଏପି’କୁ କହିଛନ୍ତି ଯେ, ପ୍ରାଥମିକ ଅନୁସନ୍ଧାନ ସୂ·ଉଛି ଯେ, ପୋଲାଣ୍ଡରେ ପଡ଼ିଥିବା କ୍ଷେପଣାସ୍ତ୍ରଟି ୟୁକ୍ରେନୀୟ ସେନା ଗୋଟାଏ ଋଷୀୟ କ୍ଷେପଣାସ୍ତ୍ର ଆଡ଼କୁ ନିକ୍ଷେପ କରିଥିଲେ । ପୂର୍ବରୁ ଜଣେ ଉଚ୍ଚପଦସ୍ଥ ଆମେରିକୀୟ ଗୁଇନ୍ଦା ଅଧିକାରୀ ସମ୍ବାଦ ସରବରାହ ସଂସ୍ଥାନ “ଏପି’କୁ କହିଥିଲେ ଯେ, ଋଷୀୟ କ୍ଷେପଣାସ୍ତ୍ର ପୋଲାଣ୍ଡରେ ପଡ଼ିଛି । ଋଷୀୟ ନିର୍ମିତ କ୍ଷେପଣାସ୍ତ୍ର ମାଡ଼ରେ ପୋଲାଣ୍ଡରେ ମାରାତ୍ମକ ବିସ୍ଫୋରଣ ଘଟିଛି । ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ନିଜର ବିଶେଷ ସୂତ୍ରରୁ ଋଷ ଏଭଳି କାଣ୍ଡ ଭିଆଇନପାରେ ବୋଲି ଏକ ପ୍ରକାର ନିଶ୍ଚିତ ଥିଲେ । ଏବେ ଜି-୨୦ ଶିଖର ସମ୍ମିଳନୀ ପାଇଁ ବାଲିରେ ଥିବା ବାଇଡେନ୍‌ ସେଠାରେ ଉପସ୍ଥିତ ଥିବା ବିଶ୍ୱନେତାଙ୍କର ଏକ ଜରୁରି ବୈଠକ ଡାକିଥିଲୋ । ବାଇଡେନ କହିଥିଲେ ଯେ, ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନ ହେବା ଯାଏ ଋଷକୁ ଦୋଷ ଦିଆଯାଇପାରିବ ନାହିଁ । ମଙ୍ଗଳବାର ପୋଲାଣ୍ଡରେ ଋଷ୍‌ ନିର୍ମିତ କ୍ଷେପଣାସ୍ତ୍ର ପଡ଼ି ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବାରୁ ପୋଲାଣ୍ଡ୍‌ ତା’ର ସେନାବାହିନୀକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛି । ୱାର୍ସ କହିଥିଲା ଯେ, ଋଷ୍‌ ନିକ୍ଷେପ କରିଥିବା ଗୋଟାଏ କ୍ଷେପଣାସ୍ତ୍ର ପୋଲାଣ୍ଡର ପୂର୍ବ ପ୍ରାନ୍ତ ଅନ୍ତର୍ଗତ ପ୍ରେଓଡ୍‌ ଗ୍ରାମରେ ପଡ଼ିବା ଯୋଗୁଁ ବିସ୍ଫୋରଣ ଘଟି ୨ଜଣ ପ୍ରାଣ ହରାଇଛନ୍ତି । ୟୁକ୍ରେନ୍‌ ସୀମାନ୍ତଠାରୁ ୧୫ କିଲୋମିଟର୍‌ ଦୂର ପୋଲାଣ୍ଡରେ ଏହି ଋଷୀୟ କ୍ଷେପଣାସ୍ତ୍ରଟି ପଡ଼ିଛି । ୟୁକ୍ରେନ୍‌ ଆକ୍ରମଣ ପରଠାରୁ କୌଣସି ନାଟୋ ସଦସ୍ୟ ରାଷ୍ଟ୍ର ଉପରେ ଋଷୀୟ କ୍ଷେପଣାସ୍ତ୍ର ପଡ଼ିବାରେ ଏହା ହେଉଛି ପ୍ରଥମ ଘଟଣା ।

Leave A Reply

Your email address will not be published.